www.samajalive.in
Saturday, December 6, 2025
23.1 C
Bhubaneswar

ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର

ନୂଆଦିଲ୍ଲୀ: ଦେଶରେ ସଂପ୍ରତି ଦେଖାଦେଇଥିବା କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ପ୍ରଭାବ ଜୁଲାଇରେ କ୍ରମଶଃ ହ୍ରାସ ଘଟିବ। ତାହାର ପ୍ରାୟ ଛଅରୁ ଆଠମାସ ପରେ କୋଭିଡ-୧୯ର ତୃତୀୟ ଲହର ଆସିବା ଆଶା କରାଯାଉଛି। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗଠିତ ତିନିଜଣିଆ ବୈଜ୍ଞାନିକ ଦଳ ଏଭଳି ଅନୁମାନ କରିଛନ୍ତି। ଏଥିସହିତ ସେମାନେ କହିଛନ୍ତି ଯେ ଏହା କେବଳ ଏକ ଆକଳନ। ସଂକ୍ରମଣ ସନ୍ଦେହ କରାଯାଉଥିବା, ଚିହ୍ନଟ ହୋଇନଥିବା, ପରୀକ୍ଷା ପରେ ଚିହ୍ନଟ ହୋଇଥିବା ଏବଂ ବାଦ୍‍ ଦିଆଯିବା ଦୃଷ୍ଟିଭଙ୍ଗୀ (ଏସୟୁଟିଆରଏ) ମଡେଲ ଆଧାରରେ ସେମାନେ ଏଭଳି ଆକଳନ କରିଛନ୍ତି। ଏହି ବୈଜ୍ଞାନିକ ଦଳ କହିଛନ୍ତି ଯେ ଚଳିତ ମଇ ମାସ ଶେଷବେଳକୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧.୫ ଲକ୍ଷକୁ ହ୍ରାସ ପାଇବ ଏବଂ ଜୁନ ଶେଷ ବେଳକୁ ଦିନକୁ ହାରାହାରି ୨୦ ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବେ। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଘଣ୍ଡ, କେରଳ, ସିକିମ, ଉତ୍ତରାଖଣ୍ଡ, ଗୁଜରାଟ, ହରିଆଣା, ଦିଲ୍ଲୀ ଓ ଗୋଆ ଆଦି ରାଜ୍ୟରେ ଇତିମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେବା ଆରମ୍ଭ କରିଛି ବୋଲି ଏହି ଦଳର ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମହିନ୍ଦ୍ରା ଅଗରୱାଲ କହିଛନ୍ତି।
ଇିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି ଯେ ତାମିଲନାଡୁରେ ଏପର୍ଯ୍ୟନ୍ତ ସଂକ୍ରମଣ ଶିଖର ଛୁଇଁନାହିଁ। ମଇ ୨୯ରୁ ୩୧ ମଧ୍ୟରେ ଏହା ଶୀର୍ଷ ସ୍ତରରେ ପହଞ୍ଚିବା ଅନୁମାନ କରାଯାଉଛି ଏବଂ ପୁଡୁଚେରୀରେ ଏହା ଚଳିତ ସପ୍ତାହରେ ଶିଖର ଛୁଇଁବ। ସେହିଭଳି ଆସାମ, ମେଘାଳୟ ଆଦି ରାଜ୍ୟରେ ମଇ ୩୦, ତ୍ରିପୁରରେ ମଇ ୨୬-୨୭, ହିମାଚଳପ୍ରଦେଶ ଓ ପଞ୍ଜାବରେ ଚଳିତ ସପ୍ତାହରେ ସଂକ୍ରମଣ ଶୀର୍ଷ ସ୍ତରରେ ପହଞ୍ଚିବା ସେମାନେ ଅନୁମାନ କରିଛନ୍ତି।
ସେମାନେ ପ୍ରସ୍ତୁତ କରିଥିବା ମଡେଲ ଅନୁଯାୟୀ କୋଭିଡ-୧୯ର ତୃତୀୟ ଲହର ଛଅରୁ ଆଠମାସ ପରେ ଆସିବା ଅନୁମାନ କରାଯାଉଛି। ତେବେ ବ୍ୟାପକ ଟିକାକରଣ କରାଗଲେ ତାହାର ପ୍ରଭାବକୁ ପ୍ରତିହତ କରାଯାଇପାରିବ। ସେତେବେଳକୁ ଦେଶରେ ଅଧିକ ଲୋକ ଟିକା ନେଇସାରିଥିବାରୁ ତୃତୀୟ ପର୍ଯ୍ୟାୟ ସଂକ୍ରମଣ କିଛି ଅଞ୍ଚଳ ମଧ୍ୟରେ ସୀମିତ ରହିବା ଅନୁମାନ କରାଯାଉଛି। ଅନ୍ତତଃପକ୍ଷେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ତୃତୀୟ ଲହର ଆସିବା ସମ୍ଭାବନା ନାହିଁ ବୋଲି ଡା. ଅଗରୱାଲ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories