www.samajalive.in
Saturday, December 6, 2025
15.1 C
Bhubaneswar

ମାଗଣାରେ କୋଭିଡ ଟିକା

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଜି ୭୦ତମ ଜନ୍ମଦିନ। ଜନ୍ମଦିନ ଅବସରରେ ସେ ନିଜ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି। ବିହାରରେ ଘରୋଇ ହସ୍ପିଟାଲ ଗୁଡିକରେ ଟିକା ନେଉଥିବା ଲୋକଙ୍କ ଖର୍ଚ୍ଚ ବିହାର ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାରା ଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ୨୫୦ ଟଙ୍କା ଦେୟ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ବିହାର ରାଜ୍ୟ ସରକାର ବହନ କରିବେ। ପୂର୍ବରୁ ସରକାରୀ କେନ୍ଦ୍ରରେ ମାଗଣା ଟିକାକରଣ ବ୍ୟବସ୍ଥା କରାଯାଇଛି। ଏହାସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଆଜି ଟିକା ନେଇଛନ୍ତି। ସାରାଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ବୟସ୍କ ଲୋକଙ୍କ ଟିକା ଆଜି ଠାରୁ ପ୍ରଦାନ କରାଯାଉଛି।


ସୂଚନା ଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଲେ ନୀତିଶ କୁମାର ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୧ରୁ ଘରୋଇ ଡ଼ାକ୍ତରଖାନାରେ ବିହାରରେ କୋଭିଡ ଟିକାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରବିବାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ସରକାରୀ ସହ ଘରୋଇ ହସ୍ପିଟାଲରେ ମଧ୍ୟ କରୋନା ଟିକା ମାଗଣାରେ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ର ସରକାର ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରତ୍ୟେକ ଟିକାର ମୂଲ୍ୟ ୨୫୦ ଟଙ୍କା ପର୍ଯ୍ୟନ୍ତ ରଖିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଣିକି ବିହାରବାସୀଙ୍କୁ ଆଜି କୌଣସି ଶୁକ୍ଳ ଦେବାକୁ ପଡିବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories