ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୮୩, ୮୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭, ୩୭୬ରେ ପହଞ୍ଚିଛି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୭କୁ ବୃଦ୍ଧି ପାଇଥିବା ବେଳେ ୮,୧୫,୫୩୮ ସକିୟ କେସ ରହିଛି। ୨୯, ୭୦, ୪୯୨ ସୁସ୍ଥ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।



