www.samajalive.in
Saturday, December 6, 2025
14.1 C
Bhubaneswar

ଖାଦ୍ୟ ସାମଗ୍ରୀର ପ୍ୟାକେଟରେ ଆସିଥାଏ କରୋନା ଭାଇରସ!

ବର୍ତ୍ତମାନ ସାରା ବିଶ୍ୱ ପାଇଁ କରୋନା ମହାମାରୀ ଏକ ମୁଖ୍ୟ ସମସ୍ୟା ପାଲଟି ସାରିଛି। ତେବେ କିଭଳି ଭାବେ କରୋନା ଠାରୁ ନିଜକୁ ଦୂରେଇ ରଖିବେ ସେନେଇ ବିଭିନ୍ନ ପ୍ରକାର ନିୟମାବଳୀ ମଧ୍ୟ ଲାଗୁ କରାଯାଇଛି।ଏଭଳି କେତେକ କ୍ଷେତ୍ରରେ ପ୍ରଶ୍ନ ଉଠେ ଖାଦ୍ୟ ସାମଗ୍ରୀର ପ୍ୟାକେଟ ହେଉ ଅଥବା ପନିପରିବା ହେଉ କେଉଁ ଜିନିଷରେ ଏହି ଭୂତାଣୁ କେତେ ସମୟ ବଞ୍ଚି ରହିପାରେ। ଏହା ସଭିଁଙ୍କ ପାଇଁ ଏକ ମୁଖ୍ୟ ଚିନ୍ତା ପାଲଟିଛି।
ଅଧ୍ୟୟନରୁ ଜଣାପଡ଼ିଛି, ଖାଦ୍ୟ ସାମଗ୍ରୀର ପ୍ୟାକେଟର ମଧ୍ୟ କରୋନା ଭାଇରସ ରହିପାରେ। ବିଶେଷ କରି କାଗଜ ପେଟି ଓ କିଛି ନିର୍ଦ୍ଦିଷ୍ଟ ପ୍ଲାଷ୍ଟିର ପ୍ୟାକେଟରେ ବହୁ ଘଣ୍ଟା ଯାଏଁ ଏହି ଭୂତାଣୁ ବଞ୍ଚି ପାରେ।
ବିଶେଷ ଭାବେ ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ୨ ରୁ ୩ ଘଣ୍ଟା ମଧ୍ୟରେ ଏହା ଅନ୍ୟ ଜଣଙ୍କୁ ସହଜରେ ବ୍ୟାପିଯାଏ।
ଅଧ୍ୟୟନରୁ ପ୍ରକାଶ, ଖାଦ୍ୟ ସାମଗ୍ରୀର ପ୍ୟାକେଟ ହେଉଥିବା ସ୍ଥାନରେ ସଂକ୍ରମିତ ସ୍ଥାନକୁ ଛୁଇଁବା ପରେ ଖାଦ୍ୟ ପ୍ୟାକେଟରେ ହାତ ମାରି ନିଜ ମୁହଁରେ କାନ, ନାକ, ପାଟି ଆଦିରେ ହାତ ମାରିବା ଦ୍ୱାରା ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ଏହି ଦିଗରେ ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ।
– ମାତ୍ର ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏହା ସହଜରେ ଅନ୍ୟ ଜଣଙ୍କୁ ବ୍ୟାପେ। କାଶ, ଛିଙ୍କ, ଆଦିରୁ ଅଧିକ ବ୍ୟାପିଥାଏ।
ବିଶ୍ୱ ସଙ୍ଗଠନର ମତାନୁଯାୟୀ, ଖାଦ୍ୟ କିମ୍ବା ଖାଦ୍ୟ ସାମଗ୍ରୀର ପ୍ୟାକେଟରୁ କୋଭିଡ଼ -୧୯ ହେବାର ଅଧିକ ଘଟଣା ଏଯାଏଁ ସ୍ପଷ୍ଟତା ମିଳିନାହିଁ। ମାତ୍ର ସଙ୍ଗଠନ ପକ୍ଷରୁ ବିଭିନ୍ନ ସାବଧାବନତା ଅବଲମ୍ବନ କରିବାକୁ କୁହାଯାଇଛି। ତେଣୁ ଖାଦ୍ୟ ପ୍ୟାକେଟକୁ ଛୁଇଁବା ପୂର୍ବରୁ ଓ ପରେ ହାତ ଧୋଇବା କିମ୍ବା ସାନିଟାଇଜ କରିବା ଆବଶ୍ୟକ। ଖାଦ୍ୟ ଖାଇବା ପୂର୍ବରୁ ମଧ୍ୟ ଭଲ ଭାବେ ହାତ ଧୋଇବା ଆବଶ୍ୟକ।
– ଯଦି ଆପଣ ଜିନିଷ କିଣିବାକୁ ଦୋକାନକୁ ଯାଉଛନ୍ତି ତେବେ, ଦୋକାନ ଭିତରକୁ ଯିବା ପୂର୍ବରୁ ହାତରେ ସାନିଟାଇଜର ନିଶ୍ଚୟ ଲଗାନ୍ତୁ। ଘରକୁ ଜିନିଷ ଆଣିବା ପରେ କିଛି ସମୟ ରଖିବା ପରେ ବ୍ୟବହାର କରନ୍ତୁ।
– ଯେଉଁ ଖାଦ୍ୟକୁ ଘରକୁ ଅନଲାଇନରେ ଆଣୁଛନ୍ତି। ତାହା ସଠିକ ଭାବେ ସାନିଟାଇଜ ହେଉଛି କି ନାହିଁ ଧ୍ୟାନ ଦିଅନ୍ତୁ।
– ପ୍ଲାଷ୍ଟିକ ବ୍ୟାଗକୁ ଥରେ ମାତ୍ର ବ୍ୟବହାର କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories