www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ଚିହ୍ନବେ କୁକୁର !

କୁକୁରଙ୍କ ଘ୍ରାଣ ଶକ୍ତି (ଶୁଙ୍ଘିବା) ର ଅଦ୍ଭୁଦ କ୍ଷମତା ରହିଛି। ଏହି କାରଣରୁ ବହୁ ଦେଶରେ ବିଭିନ୍ନ ମାମଲାରେ ପୁଲିସ କୁକୁରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ସହ ବିଭିନ୍ନ କାର୍ଯ୍ୟରେ ଏମାନଙ୍କୁ ବ୍ୟବହାର କରିଥାଆନ୍ତି। ଏଭଳି କ୍ଷେତ୍ରରେ ବର୍ତ୍ତମାନ ବିଶ୍ୱ ମହାମାରୀ କୋଭିଡ-୧୯ ଚିହ୍ନଟ ପାଇଁ କୁକୁରଙ୍କୁ ବ୍ୟବହାର କରାଯାଇପାରିବ କି ? ସେନେଇ ପ୍ରଶ୍ନ ସୃଷ୍ଟି ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ବୈଜ୍ଞାନିକ ମାନେ ଏହି ବିଷୟରେ ପ୍ରମାଣ ପାଇବା ପାଇଁ କିଛି ସ୍ୱତନ୍ତ୍ର ପ୍ରୟୋଗ ଜାରି ରଖିଛନ୍ତି। ସେମାନେ ଆଶା କରୁଛନ୍ତି, ମଣିଷର ବିଶ୍ୱସ୍ତ କୁହାଯାଉଥିବା ଏହି ଜୀବ କୋଭିଡ-୧୯ ଚିହ୍ନଟ କାର୍ଯ୍ୟରେ ବେଶ ସହାୟକ ହେବ।
ବୈଜ୍ଞାନିକଙ୍କ ମତାନୁଯାୟୀ, କୁକୁରଙ୍କ ନିକଟରେ ମଣିଷ ଅପେକ୍ଷା ଘ୍ରାଣ ଶକ୍ତି ୧୦,୦୦୦ ଗୁଣା ଅଧିକ। ଯଦି କୁକୁରଙ୍କୁ ସେଭଳି କିଛି ସ୍ୱତନ୍ତ୍ର ତାଲିମ ଦିଆଯାଏ, ତେବେ ସେମାନେ କରୋନା ଭାଇରସର ଚିହ୍ନଟ କରିପାରିବେ ବୋଲି କୁହାଯାଏ। ଏହି କଥାଟି ଶୁଣିବାକୁ ଜଣାପଡ଼ିଛି। ୟୁକେରେ ବୈଜ୍ଞାନିକମାନେ ଏହାର ଅଧ୍ୟୟନ କରିବା ପରେ ଏନେଇ ଆଶା କରାଯିବା ସହ କୁକୁରଙ୍କୁ ତାଲିମ ଦେବା ଆରମ୍ଭ ହୋଇଛି।
ବୈଜ୍ଞାନିକମାନେ ଏହି କାର୍ଯ୍ୟରେ ସଫଳ ହୋଇଗଲେ, ସ୍କୁଲ, ବିମାନବନ୍ଦର ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ‘କରୋନାର ଚୌକିଦାର’ ଭାବେ କୁକୁରଙ୍କୁ ରଖାଯିବ। କରୋନା ଭାଇରସ କାରଣରୁ ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।
ଏହି ପ୍ରାଣଘାତୀ ଭାଇରସ ବିଷୟରେ ସମସ୍ତ ସ୍ଥାନରେ ଜଣାପଡ଼ିବା ପାଇଁ ଗନ୍ଧର ଧାରଣା ଉପରେ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ଯେପରି କୁକୁରକୁ ସଠିକ ଭାବେ ତାଲିମ ଦେବେ ଓ ସେମାନେ ସହଜରେ ଶୁଙ୍ଘିବା ଦ୍ୱାରା ଜଣାପଡ଼ିବ। ଏଭଳି ମଧ୍ୟ ଜଣାପଡ଼ିଛି ଯେକୌଣସି ରୋଗରେ ପୀଡିତ ଥିଲେ ଶରୀରରୁ ଭିନ୍ନ ପ୍ରକାର ଏକ ଗନ୍ଧ ସୃଷ୍ଟି ହୋଇଥାଏ।
କିଛି ଦେଶରେ କୁକୁରଙ୍କୁ କୋଭିଡ଼ -୧୯ ବିଷୟରେ ଶୁଙ୍ଘି କରି ଜାଣିବା ପାଇଁ ଚେଷ୍ଟା ଆରମ୍ଭ ହୋଇଛି ବୋଲି ଜଣାପଡ଼ିଛି।
କୁକୁର ମାଧ୍ୟମରେ କୋଭିଡ଼ -୧୯ ବିଷୟରେ ଜାଣିବା ପାଇଁ ସାରା ଦୁନିଆରେ ହେଉଥିବା ଅଧ୍ୟୟନରେ ବହୁ ସକରାତ୍ମକ ତଥ୍ୟ ମିଳୁଥିବା ସୂଚନା ମିଳିଛି। ଏଭଳି କ୍ଷେତ୍ରରେ ଏହା ଆଶା କରାଯାଇପାରିବ, ଖୁବ କମ ସମୟରେ ତାଲିମ ପ୍ରାପ୍ତ କୁକୁରଙ୍କୁ କୋଭିଡ ସ୍କାନର୍‍ ପାଇଁ ବିଭିନ୍ନ ସ୍ଥାନରେ ବ୍ୟବହାର ହେବେ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories