www.samajalive.in
Thursday, December 11, 2025
15.1 C
Bhubaneswar

କୋଭିଡ୍‍-୧୯ ମୃତ୍ୟୁହାର : ଆମେରିକାରେ ୨୬.୬, ଭାରତରେ ୦.୨%

ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ କୋଭିଡ୍‍-୧୯ ମୃତ୍ୟୁହାର ୪.୧ ପ୍ରତିଶତ ଥିବାବେଳେ ଭାରତରେ ଏହି ହାର ପ୍ରତି ଏକଲକ୍ଷ ଜନସଂଖ୍ୟାରେ ୦.୨ ପ୍ରତିଶତ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆମେରିକାର ମୃତ୍ୟୁହାର ୨୬. ୬, ଲଣ୍ଡନରେ ୫.୧, ଇଟାଲୀରେ ୪୧.୯ ଥିବାବେଳେ ଫ୍ରାନ୍ସ ଏବଂ ସ୍ପେନରେ ୫୯. ୨ ରହିଛି ।

ଅନ୍ୟପକ୍ଷରେ ଭାରତରେ ଏପର୍ଯ୍ୟନ୍ତ କୋଭିଡ୍‍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଆରୋଗ୍ୟ ହାର ୩୯.୬୨%କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୧୨୪ ଜଣ ଆରୋଗ୍ୟଲାଭ କରିଥିବାବେଳେ, ମୋଟ୍‍ ୪୨ ହଜାର ୨୯୮ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । କରୋନା ଆକ୍ରାନ୍ତଙ୍କ
ଆରୋଗ୍ୟ ଲାଭ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୭୫୦ରେ ପହଞ୍ଚିଥିବା ବେଳେ ୩ ହଜାର ୩୦୩ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

- Advertisement -

ଦେଶରେ ଗତକାଲି ସୁଦ୍ଧା ରେକର୍ଡ ସଂଖ୍ୟକ ୧ଲକ୍ଷ ୮ ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୨୪ଲକ୍ଷ ୨୫ ହଜାର ନମୁନା ପରୀକ୍ଷା କରାଯାଇସାରିଛି । ଗତ ଜାନୁୟାରୀ ମାସରେ କୋଭିଡ୍‍ ପରୀକ୍ଷଣ ପାଇଁ ଦେଶରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବାବେଳେ ଏବେ ୩୮୫ଟି ସରକାରୀ ଓ ୧୫୮ଟି ବେସରକାରୀ ପରୀକ୍ଷାଗାରରେ ତ୍ୱରିତ ଗତିରେ ନମୁନା ପରୀକ୍ଷା
କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories