www.samajalive.in
Wednesday, December 10, 2025
18.1 C
Bhubaneswar

ଡ଼. ହର୍ଷବର୍ଧନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ; ୨୨ରେ ନେବେ କାର୍ଯ୍ୟଭାର

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (who)ରେ ଭାରତକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ପଦ । ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଧନ ଆସନ୍ତା ୨୨ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ ଭାବରେ ଦାୟିତ୍ବ ନେବେ । ତିନି ବର୍ଷ ପାଇଁ ଡ଼. ହର୍ଷବର୍ଧନ ଏହି ପଦରେ ରହିବେ ।

ସୋମବାରଠାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ବାର୍ଷିକ ବୈଠକ ଅନୁଷ୍ଠିତ ହେଉଛି । ଭାରତ ପକ୍ଷରୁ ଡ଼. ହର୍ଷବର୍ଧନ ଏହାର ପ୍ରତିନିଧିତ୍ବ କରୁଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ପଦ ନିମନ୍ତେ ଭାରତ ଡ଼. ହର୍ଷବର୍ଧନଙ୍କ ନାମ ସୁପାରିସ କରିଥିଲା ଓ ଗତକାଲି ୧୯୪ ଦେଶ ଭାରତର ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଡ଼. ହର୍ଷବର୍ଧନ ଜାପାନର ଡ଼. ହିରୋକି ନକାତାନୀଙ୍କ ଉତ୍ତରାଧିକାରୀ ଭାବରେ ୨୨ ତାରିଖରେ ଦାୟିତ୍ବ ଗ୍ରହଣ କରିବେ । ଡ଼. ହିରୋକି ଏବେ ଏହି କାର୍ଯ୍ୟନିର୍ବାହୀ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି । ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର କାର୍ଯ୍ୟନିର୍ବାହୀ ବୋର୍ଡ଼ରେ ୩୪ଟି ଦେଶ ସଦସ୍ୟ ଅଛନ୍ତି । ଏହି ବୋର୍ଡ଼ରେ ଚଳିତ ବର୍ଷ ରୁଷ, ଦକ୍ଷିଣ କୋରିଆ, ବ୍ରିଟେନ, କଲମ୍ବିଆ, ଘାନା, ଗିନି, ବୋତସ୍ବାନା ଆଦି କିଛି ଦେଶକୁ ନୂତନ ଭାବରେ ସାମିଲ କରାଯାଇଛି ।

- Advertisement -

ଜଣେ ଡ଼ାକ୍ତର ଭାବରେ କେବଳ ନୁହେଁ ଜଣେ ସ୍ବାସ୍ଥ୍ୟ ପ୍ରଶାସକ ଭାବରେ ଡ଼. ହର୍ଷବର୍ଧନଙ୍କ ପରିଚିତି ରହିଛି । ସେ ୯୦ ଦଶକରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ପଲ୍ସପୋଲିଓ ଅଭିଯାନ ଆରମ୍ଭ କରିଥିଲେ ଓ ଏହାକୁ ସଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅନୁରୂପ ଭାବରେ ଏବେ କରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ ମଧ୍ୟରେ ରଖାଯାଇଛି । ଏହାର ଶ୍ରେୟର ଏକ ଅଂଶ ଡ଼. ହର୍ଷବର୍ଧନଙ୍କୁ ମଧ୍ୟ ଦିଆଯାଏ । ତାଙ୍କର ଏହି ନିଯୁକ୍ତି ଆନ୍ତର୍ଜାତିକସ୍ତରରେ ଭାରତର ଭାବମୂର୍ତିକୁ ଆହୁରି ଉଜ୍ବଳ କରାଯିବା ଆଶା କରାଯାଉଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories