www.samajalive.in
Monday, December 8, 2025
24.1 C
Bhubaneswar

୨୫ ତାରିଖରୁ ଆରମ୍ଭ ହେବ ବିମାନସେବା; କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଗତ ମାର୍ଚ ମାସରୁ ବନ୍ଦ ହୋଇଥିବା ଯାତ୍ରୀବାହୀ ବିମାନ ସେବା ପୁଣି ଆରମ୍ଭ ହେବ । ୪ର୍ଥ ପର୍ଯ୍ୟାୟରେ ଲକ୍ଡ଼ାଉନକୁ କିଛି ପରିମାଣରେ କୋହଳ କରାଯାଇଛି ଏବଂ ସର୍ତ ସହ ବସ୍, ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ହୋଇଛି । ଏହିକ୍ରମରେ ଆସନ୍ତା ୨୫ ତାରିଖରୁ ଆଂଶିକ ଭାବରେ ଦେଶରେ ବିମାନସେବା ଆରମ୍ଭ ହେବ । ମେଟ୍ରୋ ସହର ସହିତ କିଛି ନିର୍ବାଚିତ ସହରକୁ ପ୍ରଥମ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ ହେବ । ତେବେ କେଉଁକେଉଁ ସହରକୁ ପ୍ରଥମରେ ବିମାନ ଉଡ଼ାଣ ହେବ ତାହା ସ୍ପଷ୍ଟ ହୋଇନାହିଁ ।

 

- Advertisement -

ପ୍ରାଥମିକ ପର୍ଯ୍ୟାୟରେ ମେ ୨୫ରୁ ଦେଶ ଭିତରେ ବିମାନ ଉଡ଼ାଣ କରିବ । ଏଥିପାଇଁ ସମସ୍ତ ବିମାନବନ୍ଦର ଓ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ଟ୍ବିଟରରେ ସୂଚନା ଦେଇଛନ୍ତି  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।

ତେବେ ବିମାନ ଚଳାଚଳ ସମୟରେ ବିମାନର ପରିଚାରକ ଓ ଯାତ୍ରୀ ନିର୍ଦିଷ୍ଟ ମାର୍ଗଦର୍ଶିକାକୁ ମାନିବାକୁ ବାଧ୍ୟ । ଯାତ୍ରା ସମୟରେ ବିମାନ ଭିତରେ ଓ ବିମାନବନ୍ଦରରେ ସାମାଜିକ ଦୂରତ୍ବ ଅବଲମ୍ବନ, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପରି କେତେକ ଅନିବାର୍ଯ୍ୟ କାର୍ଯ୍ୟ କରିବାକୁ ପଡ଼ିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିୟମ ଜାରି କରିବ ।

କିଛିଦିନ ପୂର୍ବରୁ ବିମାନ ଚଳାଚଳ ନିମନ୍ତେ ସୂଚନା ମିଳିଥିଲା । ଏୟାର ଇଣ୍ଡିଆ ପକ୍ଷରୁ ତାର ସମସ୍ତ କର୍ମଚାରୀଙ୍କୁ ମେ ତୃତୀୟ ସପ୍ତାହ ପରେ କାର୍ଯ୍ୟରେ ଯୋଗ ଦେବାକୁ ପ୍ରସ୍ତୁତ ରହିବାକୁ ମେଲ୍ ଦିଆଯାଇଥିଲା । ଏଥିରୁ ଲକ୍ଡ଼ାଉନ ୪ର୍ଥ ପର୍ଯ୍ୟାୟରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିଲା ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories