www.samajalive.in
Wednesday, December 10, 2025
26.1 C
Bhubaneswar

‘ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଙ୍ଗ ଡେ’ ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ‘ଆନ୍ତର୍ଜାତିକ ଆର୍ଟ ଅଫ ଗିଭିଙ୍ଗ’ର ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କରୋନା ମହାମାରୀରେ ସରକାରଙ୍କ ପକ୍ଷରୁ ବଣ୍ଟାଯାଇଥିବା ଖାଦ୍ୟରୁ ବଞ୍ଚିତ ରହିଯାଇଥିବା ଚନ୍ଦକା ନିକଟସ୍ଥ ପିତଗାଡିଆ ଗ୍ରାମର ୫୫ଜଣ ଦିନମଜୁରିଆଙ୍କୁ ଉଦ୍ୟମ ଟ୍ରଷ୍ଟର ମୁଖ୍ୟ ପରିଚାଳକ ଦିଲିପ ସ୍ବାଇଁଙ୍କ ସମେତ ସନ୍ତୋଷ କୁମାର ମହାନ୍ତି ଓ ସୁକେଶ କୁମାର ମହାନ୍ତିଙ୍କ ସହଯୋଗରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

ମହାମରୀ ସମୟରେ କେହି ଭୋକିଲା ନ ରହିବେ ସେଥିପାଇଁ ଉଦ୍ୟମ ଟ୍ରଷ୍ଟର ପ୍ରୟାସ ଜାରି ରହିବ ବୋଲି ଦିଲିପ କହିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ୟମ ଟ୍ରଷ୍ଟର ସମସ୍ତ ସ୍ବେଚ୍ଛାସେବୀ କାଳନ୍ଦି ଦାସ, ବିଜୟ ବେହେରା , ଅଜିତ, ବବୁଲ, ଚନ୍ଦ୍ରକାନ୍ତ, ଜ୍ୟୋତି, ସମ୍ବିତ, ସନ୍ଦୀପ , ହିମବନ୍ତ, ଲିପନ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories