www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ; ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି ବୋଲି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂଖ୍ୟା ଅଧିକ ବୋଲି କୁହାଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ୧୦୪ ସକ୍ରିୟ କୋଭିଡ ମାମଲା ରହିଛି। ସେହିପରି ମହାରାଷ୍ଟ୍ରରେ ୨୦୯  ଏବଂ କେରଳରେ ୪୩୦ ସକ୍ରିୟ ମାମଲା ଅଛି। ଭାରତରେ ମୋଟ କୋଭିଡ ମାମଲା ସଂଖ୍ୟା ୧୦୦୯ କୁ ବୃଦ୍ଧି ପାଇଛି।

- Advertisement -

ଭାରତରେ ଦୁଇଟି ନୂତନ କୋଭିଡ ଭାରିଆଣ୍ଟ ଚିହ୍ନଟ ହୋଇଛି – NB.1.8.1 ଏବଂ LF.7 । ଉଭୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ଭାରିଆଣ୍ଟ ଅଣ୍ଡର ମନିଟରିଂ’ ଭାବରେ ବର୍ଗୀକୃତ କରାଯାଇଛି। NB.1.8.1 ପ୍ରକାର ପ୍ରଥମେ ତାମିଲନାଡୁରେ ଚିହ୍ନଟ ହୋଇଥିଲା ଏବଂ LF.7 ପ୍ରଥମେ ଗୁଜରାଟରେ ନିଶ୍ଚିତ ହୋଇଥିଲା। ସରକାରୀ ସୂତ୍ର ଅନୁଯାୟୀ ବିଭିନ୍ନ ରାଜ୍ୟରେ ରିପୋର୍ଟ ହୋଇଥିବା ଅଧିକାଂଶ କୋଭିଡ୍ ଆକ୍ରାନ୍ତ ରୋଗୀମାନେ ଘରେ ଚିକିତ୍ସାଧୀନ ଅଛନ୍ତି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାଭେଲି, ଦାମନ ଏବଂ ଦିଉ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର, ଝାଡ଼ଖଣ୍ଡ, ଲଦାଖ, ଲକ୍ଷଦ୍ୱୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତ୍ରିପୁରା ଏବଂ ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ କୌଣସି ମାମଲା ରିପୋର୍ଟ ହୋଇନାହିଁ। ତେବେ ଓଡ଼ିଶାରେ ଜଣେ ବ୍ୟକ୍ତି କୋଭିଡ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ  ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ମହାନିର୍ଦ୍ଦେଶକଙ୍କ ସହିତ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି।  ଲୋକେ ଭୟଭୀତ ହୁଅନ୍ତୁ ନାହିଁ ଏବଂ ସଚେତନ ରହିଲେ କୋଭିଡରେ ଆକ୍ରାନ୍ତ ହେବେ ନାହିଁ ବୋଲି କହିଛନ୍ତି। ତେବେ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ସତର୍କତା ଅବଲମ୍ବନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories