www.samajalive.in
Saturday, December 13, 2025
23.1 C
Bhubaneswar

ନୂଆପଡା ଜିଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ଖଡିଆଳ : ନୂଆପଡା ଜିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସାଧାରଣ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗବାର ନୂଆପଡା ଜିଲାରେ ପୁଣି ୨୨ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ନୂଆପଡା ଜିଲାପାଳ ଡଃ ମଧୁସ୍ମିତା ସାହୁ ପ୍ରକାଶ କରିଛନ୍ତି । ଆଜି ପର୍ଯ୍ୟନ୍ତ ଜିଲାରେ ୫୫ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲାପାଳ ସୂଚନା ଦେଇଛନ୍ତି ।

ନୂଆପଡା ଜିଲାପାଳ ଏକ ଭିଡିଓ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲାର ୨୨ ଜଣ କୋଭିଡ ପଜିଟିଭ ବ୍ୟକ୍ତି ଜିଲାର ବିଭିନ୍ନ କ୍ୱାରେନଣ୍ଟାଇନ କେନ୍ଦ୍ରରେ ରହିଥିଲେ । ଏହି କୋଭିଡ ଚିହ୍ନଟ ବ୍ୟକ୍ତି ମାନଙ୍କ ମଧ୍ୟରୁ ୨୧ ଜଣ ମହାରାଷ୍ଟ୍ର ଫେରନ୍ତା ଏବଂ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି । ଆଜି ପଜିଟିଭ ବାହାରିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଖଡିଆଳ ବ୍ଲକରୁ ୧୭ ଜଣ, ନୂଆପଡା ଓ କୋମନା ବ୍ଲକରୁ ୨ ଜଣ ଲେଖାଏଁ ଏବଂ ବୋଡେନ ବ୍ଲକରୁ ଜଣେ ବୋଲି ସୂଚନା ମିଳିଛି । ସମସ୍ତଙ୍କର ସ୍ୱାବ ଗତ ୨୩ ଓ ୨୪ ତାରିଖ ଦିନ ସଂଗ୍ରହ କରାଯାଇଥିବା ବେଳେ ଜୁନ ୧ ତାରିଖ ସଂଧ୍ୟାରେ ପଜିଟିଭ ରିପୋର୍ଟ ହସ୍ତଗତ ହୋଇଥିଲା । ଖଡିଆଳ ବ୍ଲକର ଦାବରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୭ ଜଣ, ସାନ ମହେଶ୍ୱର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୩ ଜଣ, ନେହେନାରୁ ୭ ଜଣ, ତରବୋଡରୁ ୨ ଜଣ, ଲଖନାରୁ ୨ ଜଣ ଓ କାମପୁରରୁ ଜଣେ ଏପରି ମୋଟ ୨୨ ଜଣ ଚିହ୍ନଟ ହୋଇଛନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories