www.samajalive.in
Saturday, December 6, 2025
16.1 C
Bhubaneswar

ଖୁସି ଖବର: କୋଭିଶିଲ୍ଡ ପରେ ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ଵର: ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଗତକାଲି କରୋନା ଟିକା ‘କୋଭିଶିଲ୍ଡ’ ପହଞ୍ଚିବା ପରେ ଆଜି ‘କୋଭାକ୍ସିନ’ ଟିକା ଆସି ପହଞ୍ଚିଛି। ଏହି ଟିକାକୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରରେ ସଂରକ୍ଷିତ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ ହଜାର ଡୋଜ୍‌ ଆସିଛି।

Image Courtesy: samajalive.in

କରୋନା ଭୂତାଣୁ ବିରୋଧୀ ଲଢ଼େଇ ପାଇଁ ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଯାଇଛି। ଗତକାଲି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ‘କୋଭିଶିଲ୍ଡ’ ଟିକା ଆସି ଓଡ଼ିଶାରେ ପହଞ୍ଚିଥିଲା। କୋଭିଶିଲ୍ଡର ୪ ଲକ୍ଷ ୮୦ ହଜାର ଡୋଜ୍‌ ଆସିଥିଲା।

- Advertisement -

ଆଜି ଅର୍ଥାତ ବୁଧବାର ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ଓଡ଼ିଶାରେ ପହଞ୍ଚିଛି। ଭାରତ ବାୟୋଟେକ୍‌, ଆଇସିଏମଆର ଓ ଏନଆଇଭି(ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି) ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଦେଶରେ ତିଆର ହୋଇଥିବା ପ୍ରଥମ କରୋନା ଟିକା।

ବୁଧବାର ଭୋର ସମୟରେ ହାଇଦ୍ରାବାଦର ଜିନୋନ ଭ୍ୟାଲିରେ ଥବା ଭାରତ ବାୟୋଟେକର ମାନୁଫାକ୍ଚରିଂ ୟୁନିଟ୍‌ରୁ ଟ୍ରକରେ ହାଇଦ୍ରାବାଦ ବିମାନ ବନ୍ଦରକୁ ଟିକା ନିଆଯାଇଥିଲା। ସେଠାରୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ଵରକୁ ଟିକା ଆସିଥିଲା। ବିମାନବନ୍ଦରରେ ଟିକା ପହଞ୍ଚିବା ପରେ ଛୋଟ ଛୋଟ ଭ୍ୟାନରେ ରାଜ୍ୟ ଭ୍ୟାକସିନ ସେଣ୍ଟରକୁ ନିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories