www.samajalive.in
Saturday, December 6, 2025
14.1 C
Bhubaneswar

କୋଭାକ୍ସିନ ଅଧିକ ଫଳପ୍ରଦ: ଆଇସିଏମଆର

ନୂଆଦିଲ୍ଲୀ: କେଉଁ ଟିକା ବେଶୀ ଫଳପ୍ରଦ ? ଏହାର ଅଧ୍ୟୟନ କରିଛି ଆଇସିଏମଆର (ଭାରତୀୟ ଔଷଧ ଗବେଷଣା ପରିଷଦ)। ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ ଅଧିକ ଫଳପ୍ରଦ ବୋଲି ଆଇସିଏମଆର ଅଧ୍ୟୟନରୁ ଜାଣିବାକୁ ପାଇଛି। କୋଭାକ୍ସିନର ସାମର୍ଥ୍ୟ ବେଶୀ। ଏକାଧିକ ଭ୍ୟାରିଆଣ୍ଟ ବା ଡବଲ ମ୍ୟୁଟାଣ୍ଟ ଭୂତାଣୁ ନଷ୍ଟ କରିବାରେ କୋଭାକ୍ସିନର ଅଧିକ କ୍ଷମତା ରହିଛି ବୋଲି ଆଇସିଏମଆର ସ୍ପଷ୍ଟ କରିଛି।

କୋଭାକ୍ସିନର ଭୂତାଣୁ ନିଷ୍କ୍ରିୟକାରୀ ଦକ୍ଷତା କେତେ ତାହାର ଅଧ୍ୟୟନ ପାଇଁ ଆଇସିଏମଆର ୟୁକେ ଏବଂ ବ୍ରାଜିଲ ଷ୍ଟ୍ରେନ ଉପରେ ଏହାର ପରୀକ୍ଷଣ କରିଥିଲା। ଡବଲ ମ୍ୟୁଟାଣ୍ଟ ଭୂତାଣୁ ବିରୋଧରେ ଏହି ଟିକା ଅଧିକ ଫଳପ୍ରଦ ହେଉଥିବା ପରୀକ୍ଷଣରୁ ଜଣାପଡ଼ିଥିଲା।

- Advertisement -

ସୂଚନାଯୋଗ୍ୟ, କୋଭିଡ-୧୯ ଚିକିତ୍ସା ଲାଗି କୋଭାକ୍ସିନକୁ ଭାରତ ସମେତ ବିଶ୍ଵର ଅନେକ ଦେଶ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଭାରତରେ ବି ଏହି ଟିକାକୁ ଟିକାକରଣରେ ବ୍ୟବହାର କରାଯାଉଛି। ତେବେ ଟିକାର ଅଭାବ ପରିଲକ୍ଷିତ ହେବା ପରେ ଭାରତ ବାୟୋଟେକ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଛି। ଏହି କମ୍ପାନୀ ଏଣିକି ବାର୍ଷିକ ୭୦ କୋଟି ଟିକା ଉତ୍ପାଦନ କରିପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories