www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦ୍ରମନ୍ତ୍ରୀଙ୍କୁ କୋର୍ଟଙ୍କ ଝଟ୍‌କା: ୯୦୦ କୋଟି ଦୁର୍ନୀତି ମାମଲାରେ ଶେଖାୱତଙ୍କ ବିରୋଧରେ ହେବ ତଦନ୍ତ

ଜୟପୁର: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର​‌ରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା। ଏବେ ଜୟପୁରର ଏକ କୋର୍ଟଙ୍କ ଆଦେଶ ଶେଖାୱତଙ୍କୁ ଝଟ୍‌କା ଦେଇଛି। ଏକ କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଦୁର୍ନୀତି ମାମଲାରେ ଶେଖାୱତଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ପୁଲିସ ପକ୍ଷରୁ ଏ ନେଇ କୋର୍ଟଙ୍କଠାରୁ ଅନୁମତି ଲୋଡ଼ାଯାଇଥିଲା, ଯାହାକୁ ଅଦାଲତ ମଞ୍ଜୁରୀ​‌ ଦେଇଛନ୍ତି।

ସୂଚନା ଅନୁସାରେ, ସଞ୍ଜୀବନି କ୍ରେଡିଟ କୋଅପରେଟିଭ ସୋସାଇଟି ଦୁର୍ନୀତିରେ ଶେଖାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ଏଥିରେ ୯୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଜୟପୁର ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ଗତବର୍ଷରୁ ଏହି ମାମଲାର ତଦନ୍ତ କରୁଛି। ଗତବର୍ଷ ଅଗଷ୍ଟରେ ଏହି  ମାମଲାରେ ଏକ ଏତଲା ଦିଆଯାଇଥିଲା, ଯେଉଁଥିରେ ଶେଖାୱତଙ୍କ ନାମ ନ ଥିଲା। ତାଙ୍କ ନାମକୁ ଏତଲାରେ ସାମିଲ କରିବାକୁ ହୋଇଥିବା ଏକ ଆବେଦନକୁ ମାଜିଷ୍ଟ୍ରେଟ୍‌ କୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ପୁଲିସ ଅତିରିକ୍ତ ଜିଲାଜଜ୍‌ କୋର୍ଟରେ ଏ ନେଇ ପିଟିଶନ ଦାଖଲ କରିଥିଲା। କୋର୍ଟ ଶେଖାୱତଙ୍କ ବିରୋଧରେ ମାମଲାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories