www.samajalive.in
Wednesday, December 10, 2025
16.1 C
Bhubaneswar

ତେଜପ୍ରତାପଙ୍କ ଖର୍ଚ୍ଚରେ ଛାଡ଼ପତ୍ର ମାମଲା ଲଢ଼ିବେ ସ୍ତ୍ରୀ ଐଶ୍ଵର୍ଯ୍ୟା, ଭରଣପୋଷଣ ବାବଦରେ ମିଳିବ ମାସକୁ ୨୨ ହଜାର

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଏବଂ ବୋହୁ ଐଶ୍ଵର୍ଯ୍ୟା ରାୟଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ପାଟନାର ଫ୍ୟାମିଲି କୋର୍ଟରେ ମଙ୍ଗଳବାର ହୋଇଥିଲା। ଏହି ଅବସରରେ କୋର୍ଟ ତେଜପ୍ରତାପଙ୍କୁ ଐଶ୍ଵର୍ଯ୍ୟାଙ୍କ ଭରଣପୋଷଣ ଲାଗି ମାସିକ ଭତ୍ତା ଦେବାକୁ ନିର୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଆଦେଶ ମୁତାବକ, ତେଜପ୍ରତାପ ସ୍ତ୍ରୀ ଐଶ୍ଵର୍ଯ୍ୟାଙ୍କୁ ମାସିକ ୨୨ ହଜାର ଟଙ୍କା ଭରଣପୋଷଣ ବାବଦରେ ପ୍ରଦାନ କରିବେ। ଏହା ବ୍ୟତୀତ ଐଶ୍ଵର୍ଯ୍ୟା ଛାଡ଼ପତ୍ର ମାମଲା ଲଢ଼ିବାରେ ଯେଉଁ ଖର୍ଚ୍ଚ ହେବ ତାହା ମଧ୍ୟ ତେଜପ୍ରତାପ ବହନ କରିବେ ବୋଲି କୋର୍ଟ କହିଛନ୍ତି। ଏହ ବାବଦରେ ଐଶ୍ଵର୍ଯ୍ୟାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଲାଲୁଙ୍କ ବୋହୂ ଐଶ୍ଵର୍ଯ୍ୟା ଗତ ନଭେମ୍ବର ୩ ତାରିଖରେ ପାଟନାସ୍ଥିତ ଫ୍ୟାମିଲି କୋର୍ଟରେ ଭରଣପୋଷଣ ପିଟିଶନ ଦାଖଲ କରିଥିଲେ। ଗତ ୧୭ ତାରିଖରେ ଏହି ମାମଲାର ଶୁଣାଣି ହେବା ସମୟରେ ଶ୍ଵଶୁର ଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିବା କହିଥିଲେ। ଏହା ସହିତ ତେଜପ୍ରତାପ ତାଙ୍କ ସାଥୀରେ ନ ରହି ଅଲଗା ରହୁଥିବା ମଧ୍ୟ ଐଶ୍ଵର୍ଯ୍ୟା କୋର୍ଟଙ୍କୁ ଜଣାଇଥିଲେ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories