www.samajalive.in
Monday, December 15, 2025
26.1 C
Bhubaneswar

ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ଗୁରୁତର 

ଫୁଲବାଣୀ/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଡବେରୀ ଗ୍ରାମ ନିକଟ ବାଲାପାଙ୍ଗା ଛକ ନିକଟରେ ବାଇକ ଦୁର୍ଘଟଣାରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଥାନା ଅର୍ନ୍ତଗତ ବି.ଡକେବାଡ଼ି ଗ୍ରାମର ସାନୁ ପ୍ରଧାନ ଏବଂ ଦେବିକା ମଲ୍ଲିକ।

ସୂଚନା ମୁତାବକ, ଉଭୟ ସ୍ୱାମୀ ସ୍ତ୍ରୀ କୌଣସି କାମରେ ଦାରିଙ୍ଗବାଡ଼ି ଅଂଚଳକୁ ଆସି ଅପରାହ୍ନ ୪ଟା ସମୟରେ ଘରକୁ ଫେରୁଥିବା ବେଳେ ଡବେରୀ ନିକଟସ୍ଥ ବାଲାପାଙ୍ଗା ଛକ ନିକଟରେ ଥିବା ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଫଳରେ ସ୍ୱାମୀ ସ୍ତ୍ରୀ ରାସ୍ତା କଡ଼ରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ବିଭାଗ ତରଫରୁ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ତେବେ ସ୍ୱାମୀ ସାନୁ ପ୍ରଧାନଙ୍କ ମୁଣ୍ଡ ଏବଂ କାନରେ ବହୁତ ଆଘାତ ସହିତ ରକ୍ତସ୍ରାବ ହେତୁ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବାବେଳେ ସ୍ତ୍ରୀ ଦାରିଙ୍ଗବାଡ଼ିରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories