www.samajalive.in
Sunday, December 14, 2025
26.1 C
Bhubaneswar

ବିଧାନସଭା ନିର୍ବାଚନ: ୪ଟି ରାଜ୍ୟରେ ଆଗରେ ବିଜେପି, ପଞ୍ଜାବରେ ଆପ

ବିଧାନସଭା ନିର୍ବାଚନ ଫଳାଫଳ: ୫ଟି ରାଜ୍ୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ହେଉଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ,ବିଜେପି ୪ଟି ରାଜ୍ୟରେ ଆଗୁଆ ଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପଞ୍ଜାବରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟି ଆଗରେ ରହିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ରୁ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଚାଲିଛି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଗୋଆରେ ମୋଟ ୪୦ଟି ଆସନ ମଧ୍ୟରୁ ବିଜେପି ୧୮ଟିରେ ଆଗୁଆ ଥିବା ବେଳେ କଂଗ୍ରେସ ୧୨ଟିରେ ଆଗୁଆ ରହିଛି। ମଣିପୁରରେ୬୦ଟି ଆସନ ମଧ୍ୟରୁ ବିଜେପି ୨୩ଟିରେ ଆଗୁଆ ଥିବା ବେଳେ ଏନପିଇପି ୬ଟି ଆସନରେ ଆଗୁଆ ରହିଛି। ସେହିପରି ପଞ୍ଜାବରେ ୧୧୭ଟି ଆସନ ମଧ୍ୟରୁ ଆପ ଆଦମୀ ପାର୍ଟି ୮୯ଟିରେ ଆଗୁଆ ରହିଛି ଏବଂ ପୂର୍ବରୁ ଯାହା ଆଶା କରାଯାଉଥିଲା ସେଭଳି ସଫଳତା କଂଗ୍ରେସକୁ ମିଳି ପାରିନାହିଁ। ପଞ୍ଜାବରେ କଂଗ୍ରେସ ମାତ୍ର୧୬ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ୪୦୩ଟି ଆସନ ମଧ୍ୟରୁ ବିଜେପି ୨୪୯ଟିରେ ଆଗୁଆ ଥିବା ବେଳେ କଂଗ୍ରେସ ୧୦୮ଟି ଆସନରେ ଆଗୁଆ ରହିଛି। ଉତ୍ତରାଖଣ୍ଡରେ ୭୦ଟି ଆସନ ମଧ୍ୟରୁ ବିଜେପି ୪୩ଟିରେ ଆଗରେ ଥିବା ବେଳେ କଂଗ୍ରେସ ୨୩ଟି ଆସନରେ ଆଗୁଆ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories