ନୂଆପଡ଼ା: ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢୁଥିବା ନୂଆପଡ଼ା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି। ଆଜି ନୂଆପଡ଼ା ବିଜୁ ଜନତା ପରିବାର ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ନିଜେ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁଷ୍ପ ଗୁଛ ଓ ମିଷ୍ଟାନ୍ନ ଦେଇ ସ୍ଵାଗତ ଜଣାଇଥିଲେ।ଛାତ୍ରଛାତ୍ରୀମାନେ ମଧ୍ୟ ୟୁକ୍ରେନରେ ନିଜର ଅନୁଭୂତି ବଖାଣିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
Popular Categories



