www.samajalive.in
Sunday, December 7, 2025
13.1 C
Bhubaneswar

ଭାରତର ଦୁର୍ଲ୍ଲଭ ପରିବା

ଭାରତର ଏହି ମହଙ୍ଗା ପରିବାର ସାରା ଦୁନିଆରେ ଖୁବ ଚାହିଦା ରହିଛି। ଭାରତର ସବୁଠାରୁ ମହଙ୍ଗା ଏହି ପରିବା ହିମାଳୟ ଠାରୁ ମିଳିଥାଏ।ଆପଣଙ୍କୁ ଏହି ପରିବା ଏକ କିଲୋଗ୍ରାମ କିଣିବାକୁ ହେଲେ ୩୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ପରିବାକୁ ପ୍ରସ୍ତୁତ କରିବାକୁ ହେଲେ ଟିକେ କଷ୍ଟ କରିବାକୁ ପଡ଼ିବ। ଏହାକୁ ଖାଇବା ଦ୍ୱାରା ହୃଦୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଏହାଛଡ଼ା ଏହା ଶରୀରକୁ ବହୁ ପୋଷକ ତତ୍ତ୍ୱ ଯୋଗାଇବା ଦ୍ୱାରା ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହାକୁ ଏକ ପ୍ରକାର ପ୍ରାକୃତିକ ଔଷଧ ବୋଲି କୁହାଯାଏ।
ଏହି ପରିବାର ନାମ ଗୁଚ୍ଛୀ। ଏହା ବିଶେଷ ଭାବେ ହିମାଳୟରେ ମିଳୁଥିବା ଜଙ୍ଗଲୀ ଛତୁ ପ୍ରଜାତିର। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି୨୫ ହଜାରରୁ ୩୦ ହଜାର । ଏହି ପରିବାକୁ ପ୍ରସ୍ତୁତ କରିବା ପାଇଁ ଦେଶୀ ଘିଅ ଓ ଡ଼୍ରାଏ ଫ୍ରୁଡ୍ସର ବ୍ୟବହାର ହୋଇଥାଏ। ଏହା ଭାରତର ଦୁର୍ଲ୍ଲଭ ପରିବା। ଏହାର ଚାହିଦା ବିଦେଶରେ ମଧ୍ୟ ଖୁବ ଅଧିକ। କିଛି ଲୋକେ ମଜାରେ କହିଥାଆନ୍ତି ଗୁଚ୍ଛୀ ଖାଇବାକୁ ହେଲେ ବ୍ୟାଙ୍କରୁ ଲୋନ ନେବାକୁ ପଡ଼ିବ।
ସୁଆଦିଆ ହେବା ସହ ଔଷଧୀୟ ଗୁଣରେ ଭରପୁର ଏହି ପରିବା। ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତି ଏହାକୁ ଖାଇବା ଦ୍ୱାରା ଖୁବ ଲାଭ ମିଳିଥାଏ। ଏହାକୁ ହିମାଳୟ ପର୍ବତରୁ ଅଣାଯାଇ ଶୁଖାଯାଇ ବଜାରରେ ବିକ୍ରି କରାଯାଏ।
ଗୁଚ୍ଛୀକୁ ନରମ ଛତୁ ବୋଲି ମଧ୍ୟ କୁହାଯାଏ। ଏହା ଅଧିକାଂଶ ହିମାଳୟ ପ୍ରଦେଶ, ଜମ୍ମୁ-କାଶ୍ମୀର ଆଦି ସ୍ଥାନରେ ମିଳିଥାଏ।
ଏହାକୁ ବର୍ଷା ଦିନରେ ଉତ୍ପନ ହେବା ଆରମ୍ଭ ହୋଇଥାଏ। ଏହାକୁ ଶୁଖାଇବା ପରେ ଶୀତ ଦିନରେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ।ଆମେରିକା, ୟୁରୋପ, ଫ୍ରାନ୍ସ, ଇଟଲୀ ଓ ସ୍ୱିଇଜରଲ୍ୟାଣ୍ଡ ଲୋକେ ଏହାକୁ ଖୁବ ପସନ୍ଦ କରିଥାଆନ୍ତି। ଏଥିରେ ଅଧିକ ମାତ୍ରାରେ ଭିଟାମିନ ବି, ସି, ଡ଼ି ଆଦି ରହିଛି।
ପ୍ରାକୃତିକ ରୂପରେ ମିଳୁଥିବା ଏହି ପରିବା ହୋଟେଲ ମାନଙ୍କରେ ମଧ୍ୟ ଏହାର ବେଶ ଚାହିଦା ରହିଛି। ଏହାର ବ୍ୟଞ୍ଜନ ଖାଇବାକୁ ହୋଟେଲରେ ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।
ଏହି ପରିବାର ଅଧ୍ୟୟନ କରୁଥିବା ବୈଜ୍ଞାନିକଙ୍କ ମତରେ ଏହା ପାହାଡ଼ରେ ଛୋଟିଏ ସ୍ଥାନରେ ମିଳିନଥାଏ। ଭିନ୍ନ ଭିନ୍ନ ସ୍ଥାନରେ ମିଳିଥାଏ। ଅନେକ ସମୟରେ ଏହା ପାହାଡ଼ର ଏପରି ସ୍ଥାନରେ ଉତ୍ପନ ହୋଇଥାଏ ।ଯେଉଁଠାରେ ପହଂଚିବା ସମ୍ଭବ ହୋଇନଥାଏ।
ଏଭଳି ମଧ୍ୟ କୁହାଯାଏ ଯେଉଁସମୟରେ ଝଡ଼ତୋଫାନ ଓ ବଜ୍ରପାତ ହୁଏ, ସେହିସମୟରେ ଏହି ପରିବା ଉତ୍ପନ ହୋଇଥାଏ।
ଏହାକୁ ଶୁଖାଇ ବଜାରରେ ବିକ୍ରି କରାଗଲେ ଅଧିକାଂଶ ଲୋକେ ଏହାକୁ ପ୍ରସ୍ତୁତ କରି ଖାଇଥାଆନ୍ତି, ମାତ୍ର ଏହାକୁ ସତେଜ ଖାଇଲେ ଅଧିକ ସୁଆଦିଆ ଲାଗିଥାଏ। ବିଶେଷ କରି କାଶ୍ମୀର ଲୋକେ ଏହାକୁ ମସଲା ଦେଇ ପ୍ରସ୍ତୁତ କରିଥାଆନ୍ତି। ଏହାଛଡ଼ା ବିଭିନ୍ନ ରେସ୍ତୋରାଁରେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଏ। ଏହାର କବାବ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଯାହାର ଚାହିଦା ଖୁବ ଅଧିକ। ଏହାର ମିଠା ମଧ୍ୟ ପ୍ରସ୍ତୁତ କରାଯାଏ। ଏହାର ପୁଲାଉ ମଧ୍ୟ ପ୍ରସ୍ତୁତ କରାଯାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories