www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱର ମହଙ୍ଗା ପରିବା ; ଏକ କେଜିର ମୂଲ୍ୟ ୮୫ ହଜାର

ଆଧୁନିକ ଜ୍ଞାନ କୌଶଳ ଆଦି ବ୍ୟବହାର କରି ଭାରତର ଅନେକ କୃଷି ସମ୍ପ୍ରଦାୟ ବିଭିିନ୍ନ ପ୍ରକାର ଫସଲ ଉତ୍ପାଦନ ସହ କୃଷିର ନୂତନ ପଦ୍ଧତି ଗ୍ରହଣ କରି ସଫଳତା ପାଉଥିବା ଦେଖାଯାଉଛି।
ଆଧୁନିକ ଉପକରଣ କୃଷକମାନଙ୍କୁ କେବଳ ଉନ୍ନତମାନର ଫସଲ ନୁହେଁ ବରଂ ଏଭଳି ମଧ୍ୟ କିଛି ସ୍ୱତନ୍ତ୍ର ଫଳ ଓ ପନିପରିବାର ଉତ୍ପାଦନ କରାଯାଏ, ଯାହାର ଔଷଧୀୟ ଗୁଣ ଥିବାରୁ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ।
ଏଭଳି ଫସଲର ଉତ୍ପାଦନ ବିହାରର ଔରଙ୍ଗାବାଦ ଜିଲାର ଜଣେ କୃଷକ କରୁଛନ୍ତି ବୋଲି ଖବର ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, କରମଡି ଗ୍ରାମର ଜଣେ ବ୍ୟକ୍ତି ବିହାରର ଔରଙ୍ଗାବାଦରେ ଥିବା ନିଜ ଚାଷ ଜମିରେ ଦୁନିଆର ସବୁଠାରୁ ମହଙ୍ଗା ଫସଲ ଉତ୍ପଦାନ କରୁଛନ୍ତି।
ଏହି ଫସଲକୁ ହପ୍‍ – ଶୁଟ୍‍ କୁହାଯାଉଛି। ଏହା ଏକ ଉଦ୍ଭିଦ ଯାହା ଆନ୍ତର୍ଜାତୀୟ ପନିପରିବା ବଜାରରେ ଉପଲବ୍ଧ ଏବଂ ଏହାର କିଲୋ ୮୫,୦୦୦ ଟଙ୍କାରେ ବିକ୍ରି ହୋଇଥାଏ।
ବର୍ତ୍ତମାନ ଏହା କେବଳ ପରୀକ୍ଷା ଭିତ୍ତିରେ କରାଯାଉଛି।
ଏହି ଫସଲ ପ୍ରାୟତଃ ଆନ୍ତର୍ଜାତୀୟ ବଜାରରେ ଦେଖାଯାଏ। ଏହାସହ ଭାରତୀୟ ବଜାରରେ ସ୍ୱତନ୍ତ୍ର କିଛି ସମୟରେ ଦେଖାଯାଏ। ଏହି ପରିବା ଆନ୍ତର୍ଜାତୀୟ ବଜାରରେ ୬ ବର୍ଷ ପୂର୍ବରୁ ୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି।
ବିଭିନ୍ନ ରିପୋର୍ଟ ଅନୁଯାୟୀ, ହପ୍‍-ଶୁଟ୍‍ ଆଣ୍ଟିବଡି ତିଆରି କରିବାରେ ସହାୟକ ହୋଇଥାଏ। ଟିବି (ଯକ୍ଷ୍ମା) ଭଳି ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ କୋଷକୁ ନଷ୍ଟ କରିବା ସହ ଲ୍ୟୁକେମିଆ କୋଷକୁ ଅବରୋଧ କରିଥାଏ। ଏହି ଫସଲ ପ୍ରଥମେ ହିମାଚଳ ପ୍ରଦେଶର ଲାହଲରେ ଉତ୍ପାଦନ କରାଯାଇଥିଲା ବୋଲି ମଧ୍ୟ କୁହାଯାଉଛି।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories