www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ପ୍ରଭାବ: ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସିଲେ ୩ କୋଟି ୨୦ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ସଙ୍କଟ ପୁଣି ବଢିବାରେ ଲାଗିଛି। ମହାମାରୀ ପାଇଁ ସମସ୍ତ କ୍ଷେତ୍ରରେ ଗଭୀର କ୍ଷତି ହୋଇଛି। ଚାକିରିଆଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଛି। କେତେକ କ୍ଷେତ୍ରରେ ଲୋକେ ଚାକିରୀ ହରାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଚାକିରିଆମାନଙ୍କ ଦରମା କଟାଯାଉଛି। ମହାମାରୀ ପାଇଁ ଦେଖାଦେଇଥିବା ଆର୍ଥିକ ସଙ୍କଟ କେତେ ସମସ୍ୟା ସୃଷ୍ଟି କରିଛି ସେ ସମ୍ବନ୍ଧରେ ଏକ ତଥ୍ୟ ସାମ୍ନାକୁ ଆସିଛି।

ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର ରିପୋର୍ଟ ଅନୁସାରେ, ମହାମାରୀ କାରଣରୁ ଭାରତରେ ୩୨ ମିଲିୟନ ଅର୍ଥାତ୍‍ ୩ କୋଟି ୨୦ ଲକ୍ଷ ଲୋକ ଭାରତୀୟ ମଧ୍ୟବିତ୍ତ ବର୍ଗରୁ ବାହାରି ଯାଇଛନ୍ତି। ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ୧୦ରୁ ୨୦ ଡଲାର ଆୟ କରୁଥିବା ଭାରତୀୟଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ଫଳରେ ୩ କୋଟି ୨୦ ଲକ୍ଷ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ବାହାର ହୋଇଯାଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଭାରତରେ ମଧ୍ୟବିତ୍ତ ଶ୍ରେଣୀରେ ବୃଦ୍ଧି ଘଟିଥିଲା। ୨୦୧୧ରୁ ୨୦୧୯ ମଧ୍ୟରେ ୫୭୦ ଲକ୍ଷ ଲୋକ ମଧ୍ୟମ ଆୟ ବର୍ଗରେ ସାମିଲ ହୋଇଥିଲେ। କରୋନା କାଳ ପୂର୍ବରୁ ଦେଶର ୯୯୦ ଲକ୍ଷ ଲୋକ ମଧ୍ୟବିତ୍ତ ଶ୍ରେଣୀରେ ଥିଲେ। ମାତ୍ର ବର୍ଷେ ପରେ ଏହି ସଂଖ୍ୟା ୬୬୦ ଲକ୍ଷକୁ ଖସିଆସିଛି। ଏହି ସଙ୍କଟ ସମୟରେ ପଡ଼ୋଶୀ ଦେଶ ଚୀନ୍‍ ତୁଳନାରେ ଭାରତରେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ସଂଖ୍ୟା ଅଧିକ ହ୍ରାସ ପାଇଛି।

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories