www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ସଂକ୍ରମଣ : ସ୍କୁଲ ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ମାର୍ଗଦର୍ଶୀକା ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ମାର୍ଗଦର୍ଶୀକା ଜାରି କରାଯାଇଛି। ଏହି ମାର୍ଗଦର୍ଶୀକା ଅନୁଯାୟୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗୋଟିଏ ସ୍ଥାନରେ ଏକାଠି ହେବା ନେଇ ବାରଣ କରାଯାଇଛି। ଯଦି କୌଣସି ଛାତ୍ର କୋଭିଡ୍‍-୧୯ ବ୍ୟାପିଥିବା ଦେଶକୁ ଗସ୍ତ କରିଛନ୍ତି କିମ୍ବା ଗତ ୨୮ ଦିନ ମଧ୍ୟରେ ସଂକ୍ରମିତ ଲୋକର ସମ୍ପର୍କରେ ଆସିଛନ୍ତି ତେବେ ସେମାନଙ୍କୁ ଯାଞ୍ଚ କରାଯିବା ସହ ୧୪ ଦିନ ପର୍ଯ୍ୟନ୍ତ ନିଜ ନିଜ ଘରେ ପୃଥକ ଭାବେ ରଖାଯିବା ପାଇଁ ପରାମର୍ଶ ଦିଆଯାଇଛି। ଜ୍ୱର, ଥଣ୍ଡା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା ଭଳି ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷକମାନେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ରୋଗର ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପରାମର୍ଶ ବିନା ପିଲାମାନଙ୍କୁ ସ୍କୁଲକୁ ନ ଛାଡ଼ିବା ପାଇଁ ଅଭିଭାବକମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସିବିଏସ୍‍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ମାସ୍କ ପିନ୍ଧି ଆସିବା ସହ ହାତ ପରିଷ୍କାର ପରିଚ୍ଛନ୍ନତା ସାମଗ୍ରୀ ସାଙ୍ଗରେ ଆଣିବା ପାଇଁ ସିବିଏସ୍‍ଇ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ବ୍ୟାପୁଥିବା ଦୃଷ୍ଟିରୁ ପରୀକ୍ଷାର୍ଥୀ ଓ ସେମାନଙ୍କର ପିତାମାତାମାନଙ୍କର ଉଦ୍‍ବେଗକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସିବିଏସ୍‍ଇ କହିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories