www.samajalive.in
Saturday, December 6, 2025
19.1 C
Bhubaneswar

କରୋନା : ୮୨୬ ନମୁନା ନେଗେଟିଭ୍

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରିଥିବା ବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି।ଏଭଳି ପରିସ୍ଥିତିରେ ଏହାର ସମୁହ ସଂକ୍ରମଣକୁ ନେଇ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ସମସ୍ତ ନମୁନା ନେଗେଟିଭ୍ ଆସିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ, ହଠାତ୍ ୮୨୬ ଭାରତୀୟଙ୍କ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ଗୋଟିଏ ମଧ୍ୟ ପଜିଟିଭ୍ ଆସିନାହିଁ। ସମସ୍ତ ନମୁନା ନେଗେଟିଭ୍ ଆସିଛି ବୋଲି ସେ କହିଛନ୍ତି। ଭାରତରେ କରୋନା ଭୂତାଣୁ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ଯେଉଁମାନଙ୍କର ନମୁନା ନିଆଯାଇଥିଲା, ସେମାନେ ବିଦେଶ ଯାଇ ନାହାଁନ୍ତି କିମ୍ବା ବିଦେଶ ଯାଇଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିନାହାଁନ୍ତି।

- Advertisement -


ଯଦି ସେହି ନମୁନା ମଧ୍ୟରୁ କିଛିଟା ସକରାତ୍ମକ ବୋଲି ଜଣାପଡିଥାନ୍ତା, ତେବେ ଦେଶରେ କରୋନା ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାର ସମ୍ଭାବନା ବଢିଯାଇଥାନ୍ତା। କିନ୍ତୁ ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ ସାଧାରଣ ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ବ୍ୟାପିନାହିଁ। ଏପର୍ଯ୍ୟନ୍ତ ଯେଉଁମାନେ ବିଦେଶରୁ ଫେରିଛନ୍ତି କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories