www.samajalive.in
Thursday, December 11, 2025
16.1 C
Bhubaneswar

‘ହୁ’ର ଚେତାବନୀ : ଅଧିକ ଗମ୍ଭୀର ହେବ କରୋନା ସଙ୍କଟ

ଜେନେଭା/ଜୁରିଚ : ନୂତନ କରୋନା ଭୂତାଣୁ ମହାମାରୀ ନେଇ ଯଦି ବିଭିନ୍ନ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକରନ୍ତି ତେବେ ସମଗ୍ର ବିଶ୍ୱରେ ଏହା ଭୟାନକ ଭାବେ‌​‌ ବୃଦ୍ଧି ପାଇବ ଓ ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଦେଇଛି।

‘ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଘେବ୍ରେୟସ୍ ଜେନେଭାରେ ଥିବା ମିଳିତ ଜାତିସଂଘ ମୁଖ୍ୟାଳୟରୁ ଏକ ଭର୍ଚୁଆଲ୍ ସଂକ୍ଷିପ୍ତ ସୂଚନା ଦେଇ କହିଛନ୍ତି, “ମୋତେ ସ୍ପଷ୍ଟ ଭାବେ ଦେଖାଯାଉଛି, ବହୁତ ଦେଶ ଭୁଲ ଦିଗକୁ ଯାଉଛନ୍ତି, ତେଣୁ ଏହି ଭୂତାଣୁ ସର୍ବସାଧାରଣଙ୍କ ଏକ ନମ୍ବର ଶତ୍ରୁ ହେବାକୁ ଯାଉଛି।

- Advertisement -

ଯଦି ମୌଳିକ ନିୟମ ବା କଟକଣା ପାଳନ କରାଯାଏ ନଯାଏ, ତେବେ ଏକମାତ୍ର ଦିଗ ଭାବେ ଏହି ମହାମାରୀର ଦିନକୁ ଦିନ ଖରାପ, ଅତି ଖରାପ ପରିସ୍ଥିତି ଆଡକୁ ଯିବ। ”

ରଏଟର୍ସ ଅନୁଯାୟୀ ବିଶ୍ବରେ କରୋନ ସଂକ୍ରମଣ ୧କୋଟି ୩୧ ଲକ୍ଷରେ ପହଞ୍ଚିଛି, ଯେଉଁଥିରେ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ସମାଲୋଚନାର ସରବ୍ୟ ହୋଇଥିବା ଟେଡ୍ରୋସ କହିଛନ୍ତି ଯେ ରବିବାର ଦିନ ୨,୩୦,୦୦୦ ନୂତନ ମାମଲା ମଧ୍ୟରୁ ୮୦% ୧୦ଟି ଦେଶରୁ ଏବଂ ୫୦% କେବଳ ଦୁଇଟି ଦେଶରୁ ଆସିଛି।

ଆମେରିକା ଏବଂ ବ୍ରାଜିଲ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ।

ନିକଟ ଅତୀତର କିଛି ସପ୍ତାହରେ ଦୃଢ ପ୍ରତିକ୍ରିୟା ଦେଇ ଟେଡ୍ରୋସ୍ କହିଛନ୍ତି ଯେ, “ଭବିଷ୍ୟତ ଆଉ ପୁରାତନ ସ୍ୱାଭାବିକ ଅବସ୍ଥାକୁ ଫେରିବ ନାହିଁ। ତେଣୁ ଅନେକ କିଛି ଚିନ୍ତା କରିବାର ଅଛି।”

ଟେଡ୍ରୋସ କହିଛନ୍ତି ଯେ ଟ୍ରମ୍ପଙ୍କ ଦ୍ବାରା ଘୋଷିତ ଆମେରିକାର ପଲଆଉଟ୍ ବିଷୟରେ ‘ହୁ’ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ବିଜ୍ଞପ୍ତି ଗ୍ରହଣ କରି ନାହିଁ। ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସଙ୍କଟ ଆରମ୍ଭରେ ‘ହୁ’ ଚାଇନାକୁ ଯାଇଥିଲା, ଯେଉଁଠାରେ ପ୍ରଥମେ କୋଭିଡ-୧୯ ଚିହ୍ନଟ ହୋଇଥିଲା।

ସପ୍ତାହ ଶେଷରେ ସର୍ବସାଧାରଣରେ ପ୍ରଥମ ଥର ପାଇଁ ସୁରକ୍ଷା ଦୃଷ୍ଟିରୁ ମାସ୍କ ପିନ୍ଧିଥିବା ଟ୍ରମ୍ପ, ରାଜନୈତିକ ବିରୋଧୀଙ୍କ ଦ୍ବାରା କରୋନା ଭୂତାଣୁକୁ ଗୁରୁତର ସହ ନେଇ ନ ଥିବା ଅଭିଯୋଗ ହୋଇଛି, ଯାହାକୁ ସେ ଅସ୍ୱୀକାର କରିଛନ୍ତି।

ଉହାନ ସହରରୁ ପ୍ରଥମେ ବାହାରି ଥିବା କରୋନା ଭାଇରସର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବାକୁ ଏକ ‘ହୁ’ର ପ୍ରତିନିଧି ଦଳ ଚୀନ୍ ଯାଇଛନ୍ତି। ଦଳର ସଦସ୍ୟମାନେ ଚାଇନାର ବୈଜ୍ଞାନିକମାନଙ୍କ ସହ କାମ ଆରମ୍ଭ କରିବା ପୂର୍ବରୁ ମାନକ ପ୍ରଣାଳୀ ଅନୁଯାୟୀ କ୍ବାରେଣ୍ଟିନରେ ଅଛନ୍ତି ବୋଲି ‘ହୁ’ର ଜରୁରୀକାଳୀନ ପରିସ୍ଥିତି ମୁଖ୍ୟ ମାଇକ ରିଆନ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories