www.samajalive.in
Saturday, December 13, 2025
26.1 C
Bhubaneswar

ବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ ; ୧୭ଟି ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କିତ

ବିଶାଖାପାଟନମ୍ : ରବିବାର ରାତିରେ ବିଶାଖାପାଟନମର ପାର୍ବଡା ସ୍ଥିତ ଫାର୍ମା ସିଟିରେ ଏକ ଔଷଧ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି, ଯାହା ଫଳରେ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାର୍ବଡା ଅଞ୍ଚଳର ଜବାହରଲାଲ ନେହେରୁ ଫାର୍ମା ସିଟିରେ ଥିବା ରାଙ୍କି ସିଇଟିପି ସଲଭେଣ୍ଟସ୍ ପ୍ଲାଣ୍ଟର ଏକ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ  ପ୍ରାୟ ୧୭ଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଯାହାକୁ ଏକ କିଲୋମିଟରରୁ ଅଧିକ ଦୂରରୁ ଦେଖିହେଉଥିଲା। ଫାର୍ମା ସିଟିରେ ଥିବା ରାସାୟନିକ ଉତ୍ପାଦନକାରୀ ବିଶାଖା ସଲଭେଣ୍ଟସ୍ ଲିମିଟେଡରେ ଏହି  ବିସ୍ଫୋରଣ ଘଟିଥିବା ଜଣାପଡିଛି।

- Advertisement -

ନିଆଁକୁ ଆୟତ୍ତ କରିବା ପାଇଁ ୧୨ଟି ଅଗ୍ନିଶମ ଦଳ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଖବର ଅନୁଯାୟୀ ନିଆଁ ରିଆକ୍ଟରରୁ ଆରମ୍ଭ ହୋଇ ପ୍ଲାଣ୍ଟର ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା। ତେବେ ଏହି ଘଟଣାରେ କୌଣସି ଜୀବନହାନି ଘଟି ନାହିଁ।

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ରମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ରାତି ଡ୍ୟୁଟିରେ ଥିବା ଶ୍ରମିକ ଓ କର୍ମଚାରୀମାନେ ନିରାପଦରେ ଫେରିଆସିବା ନେଇ କାମନା କରିଛନ୍ତି। ଅଗ୍ନିକାଣ୍ଡର ଦୃଶ୍ୟକୁ ସେ ଅତି ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories