www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଯୋଦ୍ଧା ପୁଲିସ କନେଷ୍ଟବଳଙ୍କ ପରଲୋକ

ପିପିଲି:ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପିପିଲି ଥାନାର କରୋନା ଯୋଦ୍ଧା କନେଷ୍ଟବଳ ସିଦ୍ଧାର୍ଥ ଶଙ୍କର ଦାସ (ହାପି)ଙ୍କର ରବିବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିବା ସୂଚନା ମିଳିଛି। ଗତ ଡିସେମ୍ବର ୨ ତାରିଖରେ ତାଙ୍କର କରୋନା ପଜେଟିଭ୍‍ ରିପୋର୍ଟ ଆସିବା ପରେ ସେ ପୁରୀର କୋଭିଡ୍‍ ହସ୍‍ପିଟାଲ୍‍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ କୋଭିଡ୍‍ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। ଗତ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହୋଇଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରଲୋକରେ ପିପିଲି ଥାନା ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

- Advertisement -

୨୦୦୨ ମସିହାରେ ଓଡିଶା ପୁଲିସରେ ଯୋଗଦେଇଥିବା ସ୍ୱର୍ଗତ ଦାସ ୨୦୧୮ ମସିହା ମଇ ମାସରେ ପିପିଲି ଥାନାକୁ ବଦଳି ହୋଇ ଆସିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱସଂପନ୍ନ ପୁଲିସ କର୍ମଚାରୀ ଭାବେ ବେଶ୍‍ ପରିଚିତ ଥିବା ବେଳେ ନିଜର ମେଳାପି ସ୍ୱଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସେ ସମସ୍ତଙ୍କର ପ୍ରୀୟଭାଜନ ହୋଇପାରିଥିଲେ। ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଥିବା ବେଳେ ତାଙ୍କ ପତ୍ନୀ ପୁରୀରେ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।
ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ପିପିଲି ଥାନା ପକ୍ଷରୁ ଏସ୍‍ଆଇ ସନ୍ଦୀପ କୁମାର ଦାସ ଓ ଅନ୍ୟ କର୍ମଚାରୀମାନେ ଭୁବନେଶ୍ୱର ଯାଇ ଶେଷଦର୍ଶନ କରିଥିବା ବେଳେ ସତ୍ୟନଗର ଶ୍ମଶାନ ଠାରେ ତାଙ୍କୁ ଗାର୍ଡ ଅଫ୍‍ ଅନର ଦିଆଯିବା ପରେ ଶେଷକୃତ ସଂପନ୍ନ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories