www.samajalive.in
Tuesday, December 9, 2025
19.1 C
Bhubaneswar

କରୋନା ଯୋଦ୍ଧା : ଡ଼ା. ଜେପି ଯାଦବଙ୍କ ସଡ଼କ ଦୁର୍ଘଟଣାରେ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା କରୋନା ଯୋଦ୍ଧା ଡ଼ାକ୍ତର ଜେପି ଯାଦବଙ୍କର ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ସେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।
ସଦର ଏସଡିପିଓଙ୍କ କହିବା ଅନୁଯାୟୀ, ସୋମବାର ସନ୍ଧ୍ୟାରେ କରୋନା ରୋଗୀଙ୍କ ଚିକିତ୍ସା ପରେ ଡାକ୍ତର ଜେପି ଯାଦବ ଘରକୁ ଫେରୁଥିଲେ। ବାଟରେ ତାଙ୍କ କାର ଖରାପ ହେବାରୁ ସେ ସାଇକେଲ ଯୋଗେ ଘରକୁ ଯିବା ବାଟରେ ଜଣେ ଅଜ୍ଞାତ କାର ଆରୋହୀ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଡ଼ାକ୍ତର ଜେପି ଯାଦବଙ୍କ ସହକର୍ମୀ ଡ଼ା. ଦେବେନ୍ଦ୍ର କୁମାର କହିଛନ୍ତି ଯେ, ଜେପି ଯାଦବ ଦକ୍ଷିଣ ଏମସିଡିରେ ଜଣେ ମେଡିକାଲ ଅଫିସର ଥିଲେ। ଡକ୍ଟର ଯାଦବ ୧୯୯୫ ମସିହାରୁ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁରେ ସମସ୍ତ ଅଧିକାରୀ ଏବଂ ଡାକ୍ତର ଶୋକ ପ୍ରକାଶ କରିଛନ୍ତି।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories