www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ପୀଡିତା ମାଆ ଶିଶୁକୁ ସ୍ତନ୍ୟପାନ କରାଇ ପାରିବେ କି? ଜାଣନ୍ତୁ WHO ର ଉତ୍ତର….

ନୂଆଦିଲ୍ଲୀ ; ସମଗ୍ର ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରି ସାରିଲାଣି। ଏଭଳି ପରିସ୍ଥିତିରେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁକୁ ଜନ୍ମ ଦେଇଥିବା ମହିଳାଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଏହି ମାରାତ୍ମକ ଭୂତାଣୁ ମାଆର ଶରୀରରୁ ଶିଶୁର ଶରୀରକୁ ପ୍ରବେଶ କରେ କି? କରୋନା ସଂକ୍ରମିତ ମାଆ ଶିଶୁକୁ ସ୍ତନ୍ୟପାନ କରାଇପାରିବ କି? ଏହିପରି ଅନେକ ପ୍ରଶ୍ନ ସେମାନଙ୍କ ମନରେ ଉଙ୍କି ମାରୁଛି। ତେବେ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନ ଉତ୍ତର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କ’ଣ କୁହାଯାଇଛି।

WHO ଅନୁଯାୟୀ, କରୋନା ଭୂତାଣୁ ସଂକ୍ରମିତ ମହିଳାଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବା ନେଇ ଏପର୍ଯ୍ୟନ୍ତ କୌଣସି ଅସୁବିଧା ଦେଖା ଯାଇନାହିଁ। ତେଣୁ, କରୋନା ସଂକ୍ରମିତ ମହିଳାମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇବାକୁ ଚାହିଁଲେ, ସେମାନେ କରିପାରିବେ। ତଥାପି ଏଥିପାଇଁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବାକୁ ପଡିବ।

- Advertisement -

-ସ୍ତନ୍ୟପାନ ସମୟରେ ମାଆ ସର୍ବଦା ମାସ୍କ ପିନ୍ଧିବା ଜରୁରୀ। ଏହା ବ୍ୟତୀତ ଶ୍ୱାସକ୍ରିୟାରେ ସ୍ୱଚ୍ଛତାର ନିୟମ ପାଳନ କରିବାକୁ ପଡିବ।

-ନବଜାତ ଶିଶୁକୁ ଧରିବା ପୂର୍ବରୁ ଏବଂ ପରେ ହାତ ଧୋଇ ହେବେ। ପ୍ରତ୍ୟେକ ଥର ଏହା ନିୟମ ପାଳନ କରିବାକୁ ହେବ।

-ଆପଣ ପିଲାଟିକୁ ଘର କିମ୍ବା ଡାକ୍ତରଖାନାକୁ ନେବାକୁ ଯାଉଥିବା ସମସ୍ତ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତାର ଉପରେ ଦୃଷ୍‌ଟି ଦିଅନ୍ତୁ।

କୋଭିଡ -୧୯ ସଂକ୍ରମିତ ମାଆ ଠାରୁ ଶିଶୁକୁ ବ୍ୟାପିପାରେ କି?

ସିଡିସି (ସେଣ୍ଟ୍ରାଲ୍ ଫର ଡିଜେଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନସନ୍) ର ଏକ ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁରେ ପୀଡ଼ିତ ମହିଳା, ଯେଉଁମାନେ ଶିଶୁକୁ ଜନ୍ମ ଦେଇଛନ୍ତି, ସେମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇନାହାଁନ୍ତି। ଏହା ସହ ଏପର୍ଯ୍ୟନ୍ତ ମାଆ କ୍ଷୀରରେ ମଧ୍ୟ କରୋନା ଭୂତାଣୁ ଚିହ୍ନଟ କରାଯାଇନାହିଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories