www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ଭାଇରସ୍‌ର ଭୟାବହତା ; ପୋଷାଜନ୍ତୁଙ୍କୁ ନେଇ ସତର୍କତା

କରୋନା ଭାଇରସ୍‌ର ଭୟାବହତା ସମଗ୍ର ବିଶ୍ବବାସୀ ଦେଖିସାରିଲେଣି। ଗବେଷକଙ୍କ ମତରେ ପରିବେଶ ଆହୁରି ଅଧିକ ବିଷାକ୍ତ ହେଉଛି। ପୋଷାଜନ୍ତୁଙ୍କୁ ପାଳିବାରେ ସଉକ୍ ରଖୁଥିବା ବ୍ୟକ୍ତିମାନେ କେତୋଟି ଦିଗ ପ୍ରତି ସଚେତନ ହେବା ଜରୁରୀ। କାରଣ ପଶୁଙ୍କ ଜରିଆରେ ମଧ୍ୟ ଭାଇରସ୍ ଶୀଘ୍ର ବ୍ୟାପିଥାଏ।

-କୁକୁର, ବିଲେଇ, ମାଙ୍କଡ଼, ଘୁଷୁରୀ, କୁକୁଡ଼ା, ଛେଳି, ମେଣ୍ଢା ଏ ସମସ୍ତଙ୍କ କାରଣରୁ ସଂକ୍ରାମକ ରୋଗ ବ୍ୟାପିବାର ଭୟ ରହିଛି। ବିଦେଶରେ ଆମିଷ ବ୍ୟଞ୍ଜନକୁ ଏତେଟା ଭଲଭାବେ ରନ୍ଧାଯାଇନଥାଏ, ସେମାନେ ସାଲାଡରେ କଞ୍ଚା ମାଂସ ଖାଇବାକୁ ପସନ୍ଦ କରନ୍ତି। ଭାରତୀୟ ରୋଷେଇରେ ଆମିଷକୁ ଭଲଭାବେ ଗରମ କରି ପରଷାଯାଉଥିବାରୁ ସେଥିରେ ଥିବା ଜୀବାଣୁ ନଷ୍ଟ ହୋଇଯାନ୍ତି। ତାହା ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇନଥାଏ।
-କଞ୍ଚା ଖିର, କଞ୍ଚା ମାଂସ, ପୋଷାଜନ୍ତୁଙ୍କ ଲାଳ, ସେମାନଙ୍କ କାମୁଡ଼ିବା ଓ ଘରେ ପୋଷାପ୍ରାଣୀଙ୍କ ଚଳପ୍ରଚଳ କାରଣରୁ ମଧ୍ୟ ସଂକ୍ରାମକ ରୋଗ ବ୍ୟାପିଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।
-ଜ୍ବର, ଥଣ୍ଡା, ଭୋକ କମ୍ ଲାଗିବା, ମୁଣ୍ଡ ବିନ୍ଧିବା ଇତ୍ୟାଦି ଏଇ ସଂକ୍ରାମକ ରୋଗର ମୁଖ୍ୟ ଲକ୍ଷଣମାନ। କଞ୍ଚା ଖିରକୁ କୌଣସି ବ୍ୟଞ୍ଜନରେ ବ୍ୟବହାର କରନ୍ତୁନାହିଁ। ପୋଷାପ୍ରାଣୀଙ୍କୁ ଯଥାସମ୍ଭବ ସଫାସୁତୁରା ରଖିବା ସହ ସେମାନଙ୍କୁ ଛୋଟ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories