www.samajalive.in
Saturday, December 6, 2025
26.1 C
Bhubaneswar

ଆସିଲା ୨.୪ଲକ୍ଷ କୋଭିସିଲ୍‌ଡ ଟିକା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା କ୍ରମେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମେ’ ପହିଲାରୁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ‘ସେରମ୍‍ ଇନ଼ଷ୍ଟିଚ୍ୟୁଟ’ ପକ୍ଷରୁ ଓଡ଼ିଶାକୁ ୨.୪ଲକ୍ଷ ‘କୋଭିସିଲ୍ଡ’ ଟିକା ମିଳିଛି। ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣରେ ଏହି ଟିକା ପହଞ୍ଚିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ବଂଟନ ନେଇ ତତ୍ପରତା ପ୍ରକାଶ ପାଇଛି। ଉକ୍ତ ଟିକାକୁ ରାଜ୍ୟର ପ୍ରମୁଖ ୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ମଧ୍ୟରେ ବଣ୍ଟାଯିବ ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ପୂର୍ବରୁ ସେରମ୍‍ ଇନଷ୍ଟିଚ୍ୟୁଟ ପକ୍ଷରୁ ରାଜ୍ୟକୁ ୧ ଲକ୍ଷ ‘କୋଭିସିଲଡ’ ଟିକା ଆସିଥିଲା। ଗତକାଲି ୨.୪ ଲକ୍ଷ ଟିକା ମିଳିଛି। ଏହିସବୁ ଟିକାକୁ ପ୍ରଥମେ ୪ ମହାନଗର ନିଗମରେ ଥିବା ୧୮ରୁ ୪୪ବର୍ଷ ବୟସ୍କ ଯୁବକମାନଙ୍କୁ ପ୍ରଦାନ କରାଯିବ। ଯେଉଁମାନେ ‘କୋ-ୱିନ୍‍’ ପୋର୍ଟାଲରେ ବୁକିଂ କରିଛନ୍ତି ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରାଯିବ। ତେବେ ଟିକାର ଅଭାବ ପାଇଁ ଆଜି ରାଜ୍ୟର ୧୦ଟି ଜିଲାରେ ଟିକାକରଣ ହେବ ନାହିଁ। ସେଥିମଧ୍ୟରେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ, ରାୟଗଡା, ସୁବର୍ଣ୍ଣପୁର ଜିଲା ରହିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories