www.samajalive.in
Saturday, December 6, 2025
14.1 C
Bhubaneswar

ଜୋରଦାର ଟିକାକରଣ କାର୍ଯ୍ୟକ୍ରମ : ୩୧ ହଜାର ୯୦୨ଜଣଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ସୋମବାର ଠାରୁ ପୁଣି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ରାଜ୍ୟରେ ୧୩ ହଜାର ୯୮୦ ଜଣଙ୍କୁ ଟୀକାରଣ ପରେ ରବିବାର ଦିନ ଟିକାଦାନ ବନ୍ଦ ରହିଥିଲା। ସେହିପରି ରାଜ୍ୟର ୧୬୧ଟି କେନ୍ଦ୍ରରେ ସଫଳ କୋଭିଡ୍ ଟୀକାକରଣ ପରେ ଆଜି ୩୮୦ଟି କେନ୍ଦ୍ରରେ ୩୧ ହଜାର ୯୦୨ଜଣଙ୍କୁ ଟୀକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ନିଜର ତୁରନ୍ତ ଟୀକାକରଣ କରାଇ ନେବାକୁ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଅନୁରୋଧ କରାଯାଇଛି।

ଆଜି ଦ୍ୱିତୀୟ ଦିନରେ ୩୮୦ ସେସନ ମାଧମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
ସୋମବାର ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୬୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଥିବା ସେ କହିଛନ୍ତି।
ସେ କହିଛନ୍ତି ଯେ ୧୯ ତାରିଖରେ ୧୯୨ଟି, ୨୦ ତାରିଖରେ ୯୨ଟି, ୨୧ ତାରିଖରେ ୪୩୬ଟି, ୨୨ ତାରିଖରେ ୧୪୧, ୨୩ ତାରିଖରେ ୧୭୮ଟି ଓ ୨୫ ତାରଖରେ ୨୭୯ଟି ସେସନ ହେବ।
ସେ କହିଛନ୍ତି ଯେ ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି, ତାହାର ୨୮ ଦିନ ପରେ ସେକେଣ୍ଡ ଡୋଜ ନେବେ। ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି। ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ଏସଏମଏସ୍‍ ଜରିଆରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତିା
ସୂଚନାଯୋଗ୍ୟ, ଶନିବାର ଦିନ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏଥିରେ ରାଜ୍ୟରେ ୧୩ ହଜାର ୮୯୦ଜଣ ଲୋକଙ୍କୁ ଟିକା ଦିଆ ଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories