www.samajalive.in
Saturday, December 6, 2025
16.1 C
Bhubaneswar

ଭୁବନେଶ୍ବରରୁ ଆଉ ୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ(ବିଏମସି) ଅଞ୍ଚଳରୁ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଘରୋଇ ସଂଗରୋଧରୁ ୮ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ଶରଧାପାଲି ବସ୍ତିରୁ ୨୧ ବର୍ଷର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଭୀମଟାଙ୍ଗିର ଜଣେ ଯୁବକ, ସାଲିଆ ସାହିର ଜଣେ ରେଲୱେ ଷ୍ଟାଫ୍, ନୀଳାଦ୍ରିବିହାରର ୫୭ ବର୍ଷୀୟ ବ୍ୟକ୍ତି, ନୀଳଚକ୍ର ନଗରର ଜଣେ ଯୁବତୀ, ଟଙ୍କପାଣି ରୋଡ ଅଞ୍ଚଳରୁ ୫ ଜଣ ହୋମ କ୍ବାରେଣ୍ଟାଇନରୁ, ନୂଆଗାଁ ଅଞ୍ଚଳରୁ ୨, ୟୁନିଟ-୧ ଅଞ୍ଚଳରୁ ଜଣେ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଭୁବନେଶ୍ବର ସହରରୁ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories