www.samajalive.in
Saturday, December 6, 2025
23.1 C
Bhubaneswar

କେଜ୍ରିୱାଲଙ୍କର ହେଲା କରୋନା ପରୀକ୍ଷା, ଆସନ୍ତା କାଲି ଆସିପାରେ ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ପରୀକ୍ଷା କରାଯାଇଛି। ମଙ୍ଗଳବାର ତାଙ୍କ ଘରୁ ଏକ ଡାକ୍ତରୀ ଟିମ୍‌ ନମୁନା ସଂଗ୍ରହ କରି ନେଇଛନ୍ତି। ଆସନ୍ତା କାଲି ରିପୋର୍ଟ ଆସିବ ବୋଲି କୁହାଯାଉଛି। ତେବେ କେଜ୍ରିୱାଲ ଏବେ ହୋମ୍‌ ଆଇସୋଲେଶନରେ ରହିଛନ୍ତି।

ସୂଚନା ଅନୁସାରେ, ରବିବାର ଦ୍ବିପ୍ରହରରେ କେଜ୍ରିୱାଲଙ୍କୁ ଜ୍ବର ହେବା ସହିତ ଗଳା ଦରଜ ହେବା ପରେ ସେ ନିଜକୁ ଆଇସୋଲେଶନରେ ରଖିଛନ୍ତି। ମଙ୍ଗଳବାର ଜ୍ବର କମିଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ କୌଣସି ବୈଠକରେ ଯୋଗଦେବେ ନାହିଁ। ଅନ୍ୟପଟେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଖବର ସାମ୍ନାକୁ ଆସିବା ପରଠାରୁ ସୋସିଆଲ ମିଡିଆରେ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ହାଲ୍‌କା ଜ୍ବର ହେବା କାଶ ହେଉଛି। ରବିବାରଠାରୁ ସେ ନିଜ ବାସଭବନରେ ଆଇସୋଲେଶନରେ ରହିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories