www.samajalive.in
Sunday, December 7, 2025
18.1 C
Bhubaneswar

କ୍ବାରେଣ୍ଟାଇନ ସେଣ୍ଟରରେ କରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା

ମୀରଟ: ଉତ୍ତରପ୍ରଦେଶର ଶାମଲୀରେ ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଗୁରୁବାର ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଛନ୍ତି। ଏହି ଯୁବକ ଜଣ ୨ ଦିନ ତଳେ ଗାଁକୁ ଆସିଥିଲେ। ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଜିଲାପାଳ, ଏସପି ପ୍ରମୁଖ ସେଠାରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ଯୁବକ ଜଣକ ଦିଲ୍ଲୀରେ କିଛି ବ୍ୟବସାୟ କରୁଥିଲେ। ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ତାହାର ରିପୋର୍ଟ ଆସିନାହିଁ। ତେବେ ବ୍ୟବସାୟରେ ସେ ଲକ୍ଷାଧିକ ଟଙ୍କା ହରାଇଥିବା ସହାରନପୁର କମିଶନର କହିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories