ଅନଲାଇନ ଗେମ୍ ମୋହରେ ପଡ଼ି ହରାଇଲେ ଲକ୍ଷାଧିକ ଟଙ୍କା, ଶେଷରେ ଜୀବନ ହାରିଲେ ଯୁବକ
ସମାଜ ଡିଜିଟାଲ ଡେସ୍କ: ଅନଲାଇନ ଗେମ୍ ମୋହରେ ପଡ଼ିଛନ୍ତି ଯୁବ ପିଢ଼ି। କମ୍ ସମୟରେ ଅଧିକ ଟଙ୍କା ରୋଜଗାର ନିଶାରେ ଯୁବ ପିଢ଼ି ଏଭଳି ଅନଲାଇନ ଜୁଆ ଖେଳି ବରବାଦ ହେଉଛନ୍ତି। ଏହାର ଏକ ନୂଆ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲାରେ। ଅନଲାଇନ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ନିଜ ଜୀବନ ହାରିଛନ୍ତି ଜଣେ ଯୁବକ।
ମୃତ ଯୁବକ ଜଣକ ହେଲେ ବାଲେଶ୍ଵର ଜିଲା ରେମୁଣା ଅନ୍ତର୍ଗତ ସାହାଜିପାଟଣା ଗ୍ରାମର ଗୌତମ ନାୟକ। ଗୌତମ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଅନଲାଇନ ଗେମରେ ଲକ୍ଷାଧିକ ଟଙ୍କା ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।
Comments are closed.