ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୩୬୦୬୬କୁ ବୃଦ୍ଧି ପାଇଛି। ଆଜି କଟକରୁ ୧୧, ମୟୂରଭଞ୍ଜ ୮, ବାଲେଶ୍ବର ୭, ସୁନ୍ଦରଗଡ଼ ୭, ଝାରସୁଗୁଡ଼ା ୬, ଅନୁଗୁଳ ୫, ଯାଜପୁର ୫, ଖୋର୍ଦ୍ଧା ୪, ସମ୍ବଲପୁର ୪, ବଲାଙ୍ଗିର ୩, ଦେବଗଡ଼ ୩, ଗଞ୍ଜାମ ୨, କଳାହାଣ୍ଡି ୨, କୋରାପୁଟ ୨ ସମେତ କେନ୍ଦୁଝର, ପୁରୀ ଓ ଷ୍ଟେଟ୍ପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୭,୬୨,୬୦୭ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୮,୭୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩,୩୫, ୯୯୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ୧୯୧୮ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୭୫୪ ରହିଛି । ୭୫୪ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



