www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରର ୮୯୦.୩୨ କୋଟି ଜାରି

ଭୁୂବନେଶ୍ବର: କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୯୦.୩୨ କୋଟି ଟଙ୍କା ଜାରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ସାମ୍ପ୍ରତିକ ସମୟରେ କରୋନା ମହାମାରୀର ମୁକାବିଲା କାର୍ଯ୍ୟକୁ ଅଧିକ ମଜବୁତ୍‍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ, ଏହି ପ୍ୟାକେଜ ଅଧୀନରେ ଚଳିତବର୍ଷ ଏପ୍ରିଲ ମାସରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କା ଜାରି କରାଯାଇଛି। ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ସହ କରୋନା ଟେଷ୍ଟି ସୁବିଧାରେ ବୃଦ୍ଧି ଏବଂ ଭେଣ୍ଟିଲେଟର, ଆଇସୋଲେସନ ବେଡ୍‍, ଔଷଧ ଏବଂ ଆବଶ୍ୟକୀୟ ଆନୁଷାଙ୍ଗିକ ବ୍ୟବସ୍ଥା ପାଇଁ ଏହି ଅର୍ଥ ସହାୟକ ହୋଇପାରିଛି। ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦୀ ସରକାରଙ୍କ ପ୍ରାଥମିକତାରେ ରହିଛି। ସଠିକ୍‍ ସମୟରେ କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ଏବଂ ସମସ୍ତଙ୍କ ଉଦ୍ୟମ ବଳରେ ଦେଶରେ ଖୁବ ଶୀଘ୍ର ଫଳପ୍ରଦ ଖବର ଆସିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories