www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟରେ ବଢ଼ୁଛି କରୋନା ଆରୋଗ୍ୟ: ବିବ୍ରତ ନ ହେବାକୁ ପରାମର୍ଶ ଦେଲେ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର: ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ରାଜ୍ୟରେ ଆରୋଗ୍ୟ ହାର ବଢୁଛି, ମୃତ୍ୟୁ ହାର କମୁଛି। ତେଣୁ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଉଥିବା ନେଇ ଚିନ୍ତା କରନ୍ତୁ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ରାଜ୍ୟବାସୀ ଚିନ୍ତା କରିବା ଆବଶ୍ୟକ ନାହିଁ। ଆମେ କରୋନାକୁ ଗୋଡ଼େଇ ଗୋଡେଇ ଧରୁଛୁ। ଟ୍ରେସ୍ କରୁଛୁ। ଗୋଟିଏ ମଧ୍ୟ କେସ୍‌ ରହିନ ଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଟ୍ରେସିଂ କରାଯାଉଥିବାରୁ କେସ୍‌ ବଢୁଛି, ଲୋକେ ଚିନ୍ତା କରନ୍ତୁ ନାହିଁ। ସବୁ ଲକ୍ଷଣ ଯୁକ୍ତ ଚିହ୍ନଟ ହୋଇପାରିଲେ, ନିଶ୍ଚିତ ଭାବେ ନିୟନ୍ତ୍ରଣ ହୋଇପାରିବ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ। ରାଜ୍ୟର କରୋନା ସ୍ଥିତି ନେଇ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଆମ ରାଜ୍ୟରେ ଆରୋଗ୍ୟ ହାର ୬୫% ଏବଂ ମୃତ୍ୟୁହାର ୦.୫୪% ରହିଛି। ଆରୋଗ୍ୟ ହାରରେ ଆମେ ଅଧିକ ଓ ମୃତ୍ୟୁହାରରେ କମ୍‌ ରହିଛୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

- Advertisement -

ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ ପାଇଁ ବ୍ୟବସ୍ଥା କରାଯାଇଛି। ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ହୋଇଛି। କାହାରିଠାରେ ଲକ୍ଷଣ ଦେଖାଗଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ। ଏବେ ୧୯ ଜାଗାରେ କୋଭିଡ୍‌ ଟେଷ୍ଟିଂ କରାଯାଉଛି। ଆଗାମୀ ଦିନରେ ଆଉ ୬ ଜାଗାରେ କୋଭିଡ୍‌ ଟେଷ୍ଟିଂ କରାଯିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଜି ଦିନରେ ୧୧ହଜାର ଟେଷ୍ଟ ହେଉଛି, ଆଗକୁ ଏହାର ସଂଖ୍ୟା ମଧ୍ୟ ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ୍‌ରେ ବେଡ୍‌ ସଂଖ୍ୟା ବଢ଼ାଯାଇଛି। ଅଗଷ୍ଟ ୩୧ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ହସ୍‌ପିଟାଲ୍‌ଗୁଡ଼ିକରେ ବେଡ୍‌ ସଂଖ୍ୟା ବଢ଼ାଇ ଦିଆଯାଇଛି। ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ ଘରେ ରହି ଚିକିତ୍ସିତ ହେବା ଆବଶ୍ୟକ। ଲକ୍ଷଣହୀନ ବ୍ୟକ୍ତି ଘରେ ରହି ଚିକିତ୍ସା ହୋଇପାରିଲେ ମେଡ଼ିକାଲ୍‌ରୁ ବୋଝ କମିଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories