www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱ ମହାମାରୀର ଆହ୍ୱାନ ସମୟରେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ବିଶ୍ୱ ମହାମାରୀର ସବୁ ଅସୁବିଧା ଏବଂ ଆହ୍ୱାନ ମଧ୍ୟରେ ଭାରତ ଓ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନାର ରାସ୍ତାକୁ ଖୋଜି ବାହାର କରିବା ସହ ସମସ୍ତଙ୍କ ଉଦ୍ୟମରେ ଆର୍ଥିକ ପ୍ରଗତିରେ ସହାୟ ହେବା ଭଳି ଆମେରିକାରେ ଥିବା ଓଡିଆମାନେ ଏହି ଭିଡିଓ କନଫରେନ୍ସିଂରେ ସହଯୋଗ କରିବାର ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଆମେରିକାର ୮ଟି ପ୍ରମୁଖ ସହର ଯଥା ହ୍ୟୁଷ୍ଟୋନ, ସାନ୍‍ ଫ୍ରାନସିସ୍କୋ, କାଲିଫୋର୍ଣ୍ଣିଆ, ୱାସିଂଟନ, ଫ୍ଲୋରିଡା, ମିନିସୋଟା, ଆଲାବାମା, ନ୍ୟିୁୟର୍କରେ ବସବାସ କରୁଥିବା ୧୮ରୁ ଊର୍ଦ୍ଧ୍ବ ପ୍ରତିଷ୍ଠିତ ଓଡିଆମାନେ ଶ୍ରୀ ପ୍ରଧାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଆମେରିକାରେ ରହୁଥିବା ଓଡିଆଙ୍କ ସହ ଆଲୋଚନା କରି ଶ୍ରୀ ପ୍ରଧାନ କହିଥିଲେ ଯେ ବିଂଶ ଶତାବ୍ଦୀ ହେଉ ଅଥବା ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି, ଏହି ସମୟରେ ଓଡିଆମାନେ ଭାରତ ଓ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଛନ୍ତି। ଓଡିଶା ପାଇଁ ବଡ କାମ କରି ଓଡିଶାର ସେବା କରିବାର ଏହା ପ୍ରକୃଷ୍ଟ ସମୟ।

https://twitter.com/dpradhanbjp/status/1259371153698598912

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରରେ ଓଡିଆମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ଓଡିଆ ଲୋକ ୱାସିଂଟନ ଡିସିରେ ସିଜି ଭାବରେ ଅବସ୍ଥାପିତ। କାର୍ଲିଫଣ୍ଣିଆର ସିଜି ଭାବରେ ଓଡିଆ ଲୋକ ମଧ୍ୟ ଅଛନ୍ତି। ଆମେରିକାରେ ଓଡିଆ ଭାଷାଭାଷି ଲୋକମାନେ ସେଠାକାର ଅବସ୍ଥା ଓ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ଭୂମିକାରେ ରହିଛନ୍ତି। ଦକ୍ଷିଣ-ପୂର୍ବ ଏସୀୟ ଦେଶ ସମୂହ ଗୁଡିକରେ ଓଡିଆ ଲୋକମାନେ ବେଶ ପ୍ରଭାବଶାଳୀ ଭୂମିକାରେ ରହିଛନ୍ତି। ଉପସାଗରୀୟ ଦେଶ ଗୁଡିକରେ ଆଗୁଆ ଅଛନ୍ତି। ଇତିହାସରେ ଓଡିଆ ଲୋକମାନେ ଦେଶ ବିଦେଶରେ ଏପରି ସୁବିଧା ଜନକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କେବେ ବି ନଥିଲେ ବୋଲି ଶ୍ରୀ ପ୍ରଧାନ ଆମେରିକାର ଏହି ଓଡିଆ ମାନଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି।

ଏବେ ସମୟ ଆସିଛି ମିଶି କରି ନୂଆ ଉଦ୍ୟମ କରିବା, କରୋନା ଭଳି ଘଡିସନ୍ଧି ମୁହୂର୍ତରେ ନୂଆ ପ୍ରଚେଷ୍ଟା କରିବା ଏବଂ ଆମ ରାଜ୍ୟ ଓଡିଶାକୁ ନୂଆ ଶିଖରରୁ ନେବା। ଓଡିଶାକୁ ଗୁରୁତ୍ୱ ଦେଇ କାମ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଅନେକ ଓଡିଆ ବ୍ୟକ୍ତିମାନେ ଦେଶ ଓ ଦେଶ ବାହାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ବେଳେ କରୋନା ସମୟରେ ଏବେ ଓଡିଶା ପାଇଁ କାମ କରାଯିବ ନାହିଁ ତ କେବେ କରାଯିବ ବୋଲି ଆମେରିକାର ଏହି ପ୍ରତିଷ୍ଠିତ ଓଡିଆ ମାନଙ୍କୁ ଶ୍ରୀ ପ୍ରଧାନ କହିଛନ୍ତି। ଭାରତରେ ଆଗାମୀ ଦିନରେ ପୁଞ୍ଜିନିବେଶ ବଢିବ ଏବଂ ଓଡିଶା ମଧ୍ୟ ଏହାର ଲାଭ ପାଇବ ବୋଲି ସେ କହିଥିଲେ।

ଅପରପକ୍ଷରେ ସବୁ ଆହ୍ୱାନ ସତ୍ୱେ ରାଜ୍ୟରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ଭାରତ ସରକାର ଉଭୟ ଲୋକଙ୍କ ଲାଇଫ୍‍ ଏବଂ ଲାୟାବିଲିଟିକୁ ଗୁରୁତ୍ୱ ଦେଉଛନ୍ତି। ଆଜି ଦେଶ ଏକ ଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ସହଯୋଗରେ ଓଡିଶାର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଆଲୋଚନା କାଳରେ ଓଡିଶା ଆସିବାକୁ ଚାହୁଁଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱରକୁ ଆଣିବା, କୋରିୟର ସେବା ନଥିବାରୁ ଆମେରିକାରେ ଥିବା ବୟସ୍କ ଲୋକମାନଙ୍କ ପାଇଁ ଔଷଧ ଅଣାନଯାଇପାରିବା, ଆମେରିକାରୁ ବୟସ୍କ ଲୋକମାନେ ଫେରିଲେ ସେମାନଙ୍କ ଉପଯୁକ୍ତ ଯତ୍ନ ସହ କ୍ୱାରେଂଟାଇନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା।

ଓଡିଆ ବ୍ୟକ୍ତିବିଶେଷ ମାନେ ଓଡିଶାରେ ଯୁବକଙ୍କୁ ରୋଜଗାର ଦେବା ତଥା ଯୁବକଙ୍କୁ ତାଲିମ୍‍ ଦେଇ ସେମାନଙ୍କ ଦକ୍ଷତାକୁ ବୃଦ୍ଧି କରି ବିଭିନ୍ନ କ୍ଷେତ୍ରରେ କାମରେ ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ଯୁବଶକ୍ତିର ବିକାଶ ଓ ବିନିଯୋଗ କରିବା ଦରକାର ବୋଲି ଓଡିଆ ଲୋକମାନେ ମତପ୍ରକାଶ କରିଥିଲେ। ସେହିପରି କରୋନା ମୁକାବିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ।

ଏହି ଆଲୋଚନାକୁ ଆମେରିକାରେ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀ ମନୋଜ ମହାପାତ୍ର ସଂଯୋଜନା କରିଥିଲେ। ହ୍ୟୁଷ୍ଟୋନରୁ ଦେବାନନ୍ଦ ପତି , ଉପେନ୍ଦ୍ର ସାହୁ କାର୍ଲିଫୋଣ୍ଣିଆରୁ ସୁଶାନ୍ତ ପଟ୍ଟନାୟକ, ୱାସିଂଟନରୁ ସିବା କେ. ସାମଲ, ଶ୍ରୀକାନ୍ତ ନାୟକ଼ ଫ୍ଲୋରିଡାରୁ ପ୍ରଦୀପ ଜେନା, ମିନିସୋଟାରୁ ଡା. ଏସ.କେ ଦାସ. ଆଲାବାମାରୁ ଭାଗବତ ସାହୁ, ଦିବ୍ୟଜୀବନ ମହାପାତ୍ର, ନ୍ୟିୁୟର୍କରୁ ବିଜୟ ମହାନ୍ତି, ଲାଲତେନ୍ଦୁ ମହାନ୍ତି ଓ ବ୍ରଜରାଜ ସାହୁ ପ୍ରମୁଖ ଅଂଶଗ୍ରହଣ କରି ଆମେରିକାର ସ୍ଥିତି ଏବଂ ଓଡିଆ ଲୋକଙ୍କର ସ୍ଥିତାବସ୍ଥା ଉପରେ ମତ ରଖିଥିଲେ। ଆମେରିକାରେ ରହୁଥିବା ସବୁ ଓଡିଆଙ୍କୁ ସୁବିଧା ଦେବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଓଡିଆଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ସେମାନେ ମତପ୍ରକାଶ କରିଥିଲେ।

 

 

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories