www.samajalive.in
Friday, December 12, 2025
26.1 C
Bhubaneswar

୨୪ଘଣ୍ଟାରେ ୧୩୩୪ ସଂକ୍ରମିତ, ୨୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୧୧୬ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୫୧୯ ହୋଇଛି। ୨୨୩୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରବିବାର ସକାଳ ୯ଟା ୫୦ ସୁଦ୍ଧା ଗତ ୨୪ଘଣ୍ଟା ମଧ୍ୟରେ ୧୩୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୭ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କେବଳ ମହାରାଷ୍ଟ୍ରରେ ରବିବାର ଗୋଟିଏ ଦିନରେ ୫୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨ଜଣଙ୍କ ମୃତ୍ୟୁ ଘଟିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଗତ ୧୪ଦିନ ମଧ୍ୟରେ ୨୩ ରାଜ୍ୟର ୫୪ଟି ଜିଲାରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଭାରତରେ କରୋନା ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ୩.୩ ରହିଛି। ଯଦି ବୟସ ଆଧାରରେ ତର୍ଜମା କରାଯାଏ ତେବେ ୦ରୁ ୪୫ ବର୍ଷ ବୟସର ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ୧୪.୪ ରହିଥିବାବେଳେ ୪୫ରୁ ୬୦ ମଧ୍ୟରେ ମୃତ୍ୟୁହାର ୧୦.୩, ୬୦ରୁ ୭୫ ବର୍ଷ ମଧ୍ୟରେ ମୃତ୍ୟୁହାର ୩୩.୧% ରହିଛି।

- Advertisement -

ସେହିଭଳି ୭୫ବର୍ଷରୁ ଅଧିକ ବୟସ୍କଙ୍କ ମୃତ୍ୟୁହାର ୪୨.୨ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତରେ ପ୍ରାଣ ହରାଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫%ଙ୍କ ବୟସ ୬୦ବର୍ଷରୁ ଅଧିକ। ଅନ୍ୟପକ୍ଷରେ ଅଣ ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବା ଜିଲାଗୁଡିକରେ ସୋମବାର ଠାରୁ ନିର୍ଦ୍ଦିଷ୍ଟ କେତେକ କାର୍ୟ୍ୟକ୍ରମକୁ ଅନୁମତି ଦିଆଯିବ। ରେଡ ଜୋନ ଘୋଷିତ ୧୭୦ଟି ଜିଲାରେ କୌଣସି ପ୍ରକାର କୋହଳତା ଅନୁମତି ଦିଆଯିବ ନାହିଁ। ସେହିପରି ଦେଶରେ ୪୦୬ଟି ଜିଲାରେ କରୋନା ସଂକ୍ରମଣ ହୋଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories