www.samajalive.in
Saturday, December 6, 2025
17.1 C
Bhubaneswar

ବଢ଼ି ଚାଲିଛି କରୋନା: ୨୪ ଘଣ୍ଟାରେ ୧୦୩ ମୃତ, ୩୩୯୦ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଦେଶରେ ୧୦୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୩୯୦ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧୮୮୬ରେ ପହଞ୍ଚିଛି। ମୋଟ ୫୬ ହଜାର ୩୪୨ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଥିବାବେଳେ ୩୭ ହଜାର ୯୧୬ ଜଣ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

ମହାରାଷ୍ଟ୍ର ପୂର୍ବ ଭଳି ଶୀର୍ଷରେ ରହିଛି। ଏଠାରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ସର୍ବାଧିକ। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୯୭୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୯୪ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୭୦୧୩ ସଂକ୍ରମିତ ରହିଛନ୍ତି। ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୫୯୮୦ ଆକ୍ରାନ୍ତ ଓ ୬୬ ମୃତ, ତାମିଲନାଡୁରେ ୫୪୦୯ ଆକ୍ରାନ୍ତ ଓ ୩୭ ମୃତ, ରାଜସ୍ଥାନରେ ୩୪୫୩ ଆକ୍ରାନ୍ତ ଓ ୧୦୦ ମୃତ, ମଧ୍ୟପ୍ରଦେଶରେ ୩୨୫୨ ଆକ୍ରାନ୍ତ ଓ ୧୯୩ ମୃତ, ଉତ୍ତରପ୍ରଦେଶରେ ୩୦୭୧ ଆକ୍ରାନ୍ତ ଓ ୬୨ ମୃତ, ଆନ୍ଧ୍ରପ୍ରଦେଶରେ ୧୮୩୩ ଆକ୍ରାନ୍ତ ଓ ୩୮ ମୃତ, ପଞ୍ଜାବରେ ୧୬୪୪ ଆକ୍ରାନ୍ତ ଓ ୨୮ ମୃତ, ପଶ୍ଚିମବଙ୍ଗରେ ୧୫୪୮ ସଂକ୍ରମିତ ଓ ୧୫୧ ମୃତ ଏବଂ ତେଲେଙ୍ଗାନାରେ ୧୧୨୨ ଆକ୍ରାନ୍ତ ଓ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories