www.samajalive.in
Saturday, December 6, 2025
16.1 C
Bhubaneswar

କରୋନାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ; ପୁଅର ଶେଷ ଦର୍ଶନ କରି ନପାରି ଚିନ୍ତାରେ ଆଖି ବୁଜିଲେ ବାପା

ବଲାଙ୍ଗିର : କରୋନା ଓ ଅନ୍ୟାନ୍ୟ ରୋଗ କାରଣରୁ ବଲାଙ୍ଗିର ଜିଲାରୁ ଜଣେ ପରେ ଜଣେ ଆଖି ବୁଜୁଛନ୍ତି। ଶନିବାର ବଲାଙ୍ଗିର ସହରର ଜଣେ ଯୁବ ବ୍ୟବସାୟୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଆଉ ରବିବାର ଦୁଃଖ ଦୁଇ ଗୁଣା ହୋଇଯାଇଛି। ଏକମାତ୍ର ପୁଅର ଶେଷ ଦର୍ଶନ କରିପାରି ନଥିବା ବାପା ଚିନ୍ତାରେ ଆଖି ବୁଜି ଦେଇଛନ୍ତି। ଏହାକୁ ନେଇ ବଲାଙ୍ଗିରରେ ଶୋକର ମାହୋଲ।

ବଲାଙ୍ଗିର ଟିକ୍ରାପଡ଼ା ମସଜିଦ୍ ଛକରେ ରହନ୍ତି ପ୍ରଦୀପ ମିତ୍ତଲ। ଯୌଥ ପରିବାରରେ ରହନ୍ତି ଶ୍ରୀ ମିତ୍ତଲ। ତାଙ୍କ ଏକମାତ୍ର ପୁଅ ଅମିତ(୩୬)। ବଲାଙ୍ଗିର ଦୈନିକ ବଜାରରେ ଅମିତ ମେଡିସିନ୍ ଷ୍ଟୋରର ମାଲିକ। ବେଶ ଜଣାଶୁଣା ଅମିତ ବନ୍ଧୁବତ୍ସଳ ଓ ଭଗବାନ ବିଶ୍ୱାସୀ। କିଛି ମାସ ତଳେ ଅନଲାଇନ୍ ଠକେଇର ଶିକାର ବି ହୋଇଥିଲେ ସେ। ତେବେ କିଛି ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହେବାରୁ ଅମିତ କୋଭିଡ-୧୯ ପରୀକ୍ଷା କରାଇଥିଲେ। ସେ ସଂକ୍ରମିତ ଥିବା ଜଣାପଡିଥିଲା। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଉଦ୍ବେଗଜନକ ହୋଇଥିଲା। ଏହାପରେ ତାଙ୍କୁ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ବି କୌଣସି ସୁଧାର ନଆସିବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସେ କରୋନା ସହ ଲଢି ପରାସ୍ତ ହୋଇଗଲେ। ଅମିତଙ୍କ ମୃତ୍ୟୁ ଖବର ବଲାଙ୍ଗିରରେ ପ୍ରଚାରିତ ହୋଇଗଲା। ହେଲେ ପରିବାର ଲୋକେ ତାଙ୍କ ଶେଷ ଦର୍ଶନ କରିପାରିଲେ ନାହିଁ। ରାଉରକେଲାରେ ହିଁ ତାଙ୍କର ଶେଷକୃତ୍ୟ କରିଦିଆଗଲା। ମାନସିକ ଚିନ୍ତାରେ ଥିବା ଅମିତଙ୍କ ବାପା ପ୍ରଦୀପ ମିତ୍ତଲଙ୍କ ସ୍ୱାସ୍ଥ୍ୟବସ୍ଥା ବି ଖରାପ ହୋଇଥିଲା। ଆଉ ରବିବାର ଦିନ ପୁଅର ମୃତ୍ୟୁକୁ ଗ୍ରହଣ କରି ନପାରି ଚିନ୍ତାରେ ଆଖି ବୁଜିଦେଲେ ବାପା। ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗିରରେ ଶୋକର ପରିବେଶ। ବଲାଙ୍ଗିର  ଜିଲା ବଣିକ ସଂଘ ସହ ସାଥୀ, ସଂପର୍କୀୟମାନେ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ବନ୍ଧୁବର୍ଗଙ୍କ ଉପସ୍ଥିତିରେ ରବିବାର ରାତିରେ ମୃତ ପ୍ରଦୀପ ମିତ୍ତଲଙ୍କ ଶେଷକୃତ୍ୟ କରାଯାଇଛି। ଯୌଥ ପରିବାରରେ ରହିଥିଲେ ବି ଘରେ ଅମିତଙ୍କ ପତ୍ନୀ, ୨ ପୁଅ ଝିଅ ଓ ମା’ ଅଛନ୍ତି। ମିତ୍ତଲ ପରିବାରର ହସଖୁସି କରୋନା ଯୋଗୁଁ ଦୁଃଖରେ ପରିଣତ ହୋଇଥିବାରୁ ଅନେକେ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories