www.samajalive.in
Saturday, December 6, 2025
16.1 C
Bhubaneswar

ରଙ୍ଗେଇଲୁଣ୍ଡା ବ୍ଲକରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା

ଗୋପାଳପୁର: ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‍ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନାଁ ନେଉନାହିଁ।। ରଙ୍ଗେଇଲୁଣ୍ଡା ବ୍ଲକରେ ଶନିବାର ଜଣେ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁବା ସହ ୧୦ରେ ପହଞ୍ଚିଥିବା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି।

ମୃତ ବ୍ୟକ୍ତି ଜଣଙ୍କ ମାଣ୍ଡିଆପଲ୍ଲୀ ଗ୍ରାମର ହୋଇଥିବା ବେଳେ ସେ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟ ପଟେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରଙ୍ଗେଇଲୁଣ୍ଡା ବ୍ଲକରେ ମୋଟ ୬୮୮ ଜଣ କରୋନା ପଜଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭୧ ଜଣଙ୍କ ଚିକିତ୍ସା ଜାରି ରହିଛି। ଏହା ସହ ଆଜି ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ ସୂଚନା ଦେଇଛନ୍ତି। ଏଥିସହ ଚିକିତ୍ସିତ ହେଉଥିବା ୭୧ ଜଣଙ୍କ ମଧ୍ୟରେ ୫୬ ଜଣ ଘରୋଇ ସଙ୍ଗରୋଧରେ ରହିଥିବା ବେଳେ ୪ କୋଭିଡ କେୟାର ସେଣ୍ଟର, ୮ ଜଣ ଜିଲ୍ଲା କୋଭିଡ ହେଲଥ ସେଣ୍ଟର ୨ ଜଣ କୋଭିଡ ହସପିଟାଲ ଓ ଜଣେ ବ୍ୟକ୍ତି ଜିଲ୍ଲା ବାହାରେ ରହି ରେ ଚିକିତ୍ସିତ ହେଉଛନ୍ତି। ସେହିପରି ସୁସ୍ଥ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ୩୧ ଜଣ ନିଜର ପ୍ଲାଜାମା ଦାନ କରିବାକୁ ସହମତି ପ୍ରକାଶ କରିଥିବା ବେଳେ ୫୧ ଜଣ କୋଭିଡ ବନ୍ଧୁ ଭାବେ କାର୍ୟ୍ୟ କରୁଥିବା ସହ କରୋନା ଆକ୍ରାନ୍ତଙ୍କୁ କାଉନସିଲିଂ କରୁଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories