www.samajalive.in
Friday, December 12, 2025
16.1 C
Bhubaneswar

କରୋନା ଜନିତ ମୃତ୍ୟୁ ତଥ୍ୟରେ ରହୁନି ତାଳମେଳ, ହାଇକୋର୍ଟରେ ମାମଲା

କଟକ: ରାଜ୍ୟରେ କରୋନା ସଂକ୍ରମଣ ଜନିତ ମୃତ୍ୟୁର ସ୍ବତନ୍ତ୍ର ସମୀକ୍ଷା ପାଇଁ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ କରୋନା ମୃତ୍ୟୁ ସଂଖ୍ୟା ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁ ନାହିଁ। ନିକଟରେ ନୟାଗଡ଼ ଜିଲାରେ ଏପରି ଘଟଣାକୁ ନେଇ ଖବର ପ୍ରକାଶ ପାଇଥିଲା। ଦ୍ବିତୀୟ ଲହରୀରେ ନୟାଗଡ଼ ଜିଲାରେ ୯୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା‌ ସେଥିରେ ମୃତ୍ୟୁ ସଂଖ୍ୟା ବହୁତ କମ୍ ବୋଲି ଦର୍ଶାଯାଇଥିଲା। ସେହିଭଳି ଭାବେ ବିଭାଗୀୟ ଟୁଇଟର ହ୍ୟାଣ୍ଡେଲରେ ଦିଆଯାଉଥିବା ତଥ୍ୟକୁ ନେଇ ସ୍ବାସ୍ଥ୍ୟସେବା ନିର୍ଦେଶକ ଦେଇଥିବା ବୟାନରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉନାହିଁ ବୋଲି ସ୍ପଷ୍ଟ ହୋଇଛି।

ଗତ ଏପ୍ରିଲରେ ନୂଆପଡ଼ା ଜିଲାରେ ପଜିଟିଭ ହାର ୩୫ ପ୍ରତିଶତ ରହିଥିଲା। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ମାତ୍ର ୪ ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନା ତଥ୍ୟ ଅନୁସାରେ ନୂଆପଡ଼ାରେ ମୃତ୍ୟୁ ସଂଖ୍ୟା ୮୨ ଥିଲା। ସେହିଭଳି ଭାବେ ସମ୍ବଲପୁର ଜିଲାରେ ମଧ୍ୟ ସରକାରୀ ତଥ୍ୟ ଓ ଜିଲାର ବିଭିନ୍ନ ଡାକ୍ତରଖାନରୁ ମିଳିଥିବା ତଥ୍ୟରେ ବହୁତ ପାର୍ଥକ୍ୟ ରହିଥିଲା। କଟକର ସତୀଚଉରା ଶ୍ମଶାନ ଓ‌ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଏପ୍ରିଲ ୨୬ରେ ୪୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶବ ସଂସ୍କାର କରାଯାଇଥିଲା; କିନ୍ତୁ ସରକାରୀ ତଥ୍ୟ ଥିଲା ଅନ୍ୟକିଛି। ରାଜ୍ୟ ସରକାର କରୋନା ମୃତ୍ୟୁ ତଥ୍ୟ ଠିକ୍ ଭାବେ ପ୍ରକାଶ କରିବା ଦରକାର। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଅଡିଟ୍ ପାଇଁ ନିର୍ଦେଶ ଦିଆଯାଉ। ପରୀକ୍ଷଣ ଓ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରାଯିବା ପାଇଁ ଆଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories