www.samajalive.in
Wednesday, December 10, 2025
14.1 C
Bhubaneswar

ବୁର୍ଲା ଭିମସାରରେ ଜଣେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ

ବୁର୍ଲା : ବୁର୍ଲା ଭିମସାରର କରୋନା ଆଇସୋଲେସନରେ ବରଗଡ଼ ଜିଲ୍ଲାରୁ ଗତ ୧୦ ତାରିଖ ବିଳମ୍ବିତ ରାତିରୁ ଆସୁଥିବା ଜଣେ ୨୨ ବର୍ଷୀୟ କରୋନା ପିଜିଟିଭ ବାହାରିଥିବା ଯୁବକଙ୍କ ଆଜି ଅପରାହ୍ନ ୨ଟା ସମୟରେ ମୃତ୍ୟୁ ହୋଇଯାଇଥିଲା। ସେପଟେ ପୁଣି ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ରୋଗୀମାନଙ୍କୁ ସମ୍ବଲପୁର କୋଭିଡ଼ ହସପିଟାଲକୁ ସ୍ତାନାନ୍ତରିତ କରିଦିଆ ଯାଇଛି।।
ଭିମସାରକୁ ଗତ ୧୦ ତାରିଖ ବିଳମ୍ବିତ ରାତିରେ ୨୨ ବର୍ଷୀୟ ଯୁବକ କରୋନା ସନ୍ଦିଗ୍ଧ ଭାବରେ ଆସି କରୋନା ଆଇସୋଲେସନରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାବ ୧୧ ତାରିଖରେ ସଂଗୃହିତ କରାଯାଇ ବୁର୍ଲା ଭିମସାରର କରୋନା ପରୀକ୍ଷଣ କେନ୍ଦ୍ରକୁ ପରୀକ୍ଷା ପାଇଁ ପ୍ରେରିତ କରାଯାଇଥିଲା। ଯୁବକର ରିପୋର୍ଟ କରୋନା ପିଜିଟିଭ ଆସିଥିବା ବେଳେ ଯୁବକଟି ଆଜି ବୁଧବାର ଅପରାହ୍ନ ୨ଟା ସମୟରେ ତାର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ବରଗଡ଼ କୋଭିଡ଼ ବ୍ୟବସ୍ତାକୁ ସୁଚିତ କରିଦିଆ ଯାଇଛି। ଆଜି ରାତିରେ ସମ୍ବଲପୁର ରାଜଘାଟ ଠାରେ ଯୁବକର ଅନ୍ତେଷ୍ଟି କ୍ରିୟା ସମାପିତ କରାଯିବା ବ୍ୟବସ୍ତା ଚାଲିଥିବା ଜଣାପଡ଼ିଛି। ସେପଟେ ଭିମସାରର ମହିଳା ମେଡ଼ିସିନ ବିଭାଗରେ ଜଣେ ସୁନ୍ଦରଗଡ଼ ଅଞ୍ଚଳର ରୋଗୀ କରୋନା ସଂକ୍ରମିତ ବାହାରିଥିବା ଫଳରେ ମହିଳା ମେଡ଼ିସିିନ ବିଭାଗରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ସେପଟେ ପୁଣି ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଅଞ୍ଚଳର ଅନ୍ୟ ଦୁଇଜଣ ରୋଗୀଙ୍କ କରୋନା ଆଇସୋଲେସନରେ କରୋନା ପିଜିଟିଭ ବାହରିଛି। ତେବେ ତିନିଜଣଙ୍କୁ ସମ୍ବଲପୁର କୋଭିଡ଼ ହସପିଟାଲକୁ ଚିକିିତ୍ସା ପାଇଁ ପ୍ରେରିତ କରିଦିଆ ୍‍ଯାଇଛି। ତେବେ ଭିମସାରର ମହିଳା ମେଡ଼ିସିନ ବିଭାଗର କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories