www.samajalive.in
Monday, December 15, 2025
16.1 C
Bhubaneswar

ଡିଏସପିଙ୍କ କାର୍ଯ୍ୟାଳୟ ପରିସରରୁ ୮ଫୁଟ ଲମ୍ବର ଅଜଗର ଉଦ୍ଧାର 

ଆଠଗଡ: ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ରାତିରେ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସହରର କୋଳାହଳମୟ ଓ ବ୍ୟସ୍ତବହୁଳ ଚାନ୍ଦବାଲି ଛକସ୍ଥିତ ଡିଏସପିଙ୍କ ଆବାସିକ କାର୍ଯ୍ୟାଳୟ ମଧ୍ୟରେ ଏତେବଡ ଅଜଗର ସାପ କିପରି ପଶିଲା ବା ପଶି ରହିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ରାତି ପ୍ରାୟ ୮ଟା ବେଳେ କେହି ଜଣେ ବ୍ୟକ୍ତି ଡିଏସପିଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ବଡ ବରକୋଳି ଗଛରେ ଏକ ବିରାଟକାୟ ସାପ ଦେଖି ଅନ୍ୟମାନଙ୍କୁ ସୂଚନା ଦେଇଥିଲେ। ଚାହୁଁ ଚାହୁଁ ଘଟଣାଟି ବିଜୁଳି ବେଗରେ ସମଗ୍ର ସହରରେ ପ୍ରଚାରିତ ହୋଇଯିବା ଫଳରେ ଚାନ୍ଦବାଲି ଛକଠାରେ ଖୁବ୍‍ କମ୍‍ ସମୟ ମଧ୍ୟରେ ୩ଶହରୁ ଉର୍ଦ୍ଧ ଲୋକ ଜମା ହୋଇଯାଇଥିଲେ। ଲୋକଙ୍କୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷରେ କଷ୍ଟସାଧ୍ୟ ହୋଇଥିଲା। ଖବର ପାଇ ବନବିଭାଗର କର୍ମଚାରୀ, ସାପଧରାଳି ସୁଶାନ୍ତ କୁମାର ପାତ୍ର ଓ ସ୍ଥାନୀୟ କେତେକ ଉତ୍ସାହି ଯୁବକଙ୍କ ଦ୍ୱାରା ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଉଦ୍ୟମ ପରେ ସାପଟିକୁ ଧରାଯାଇଥିଲା। ତାପରେ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ସାପଟିକୁ ନେଇ ନିକଟସ୍ଥ ବୈାଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories