www.samajalive.in
Monday, December 8, 2025
24.1 C
Bhubaneswar

ଡିଏସପିଙ୍କ କାର୍ଯ୍ୟାଳୟ ପରିସରରୁ ୮ଫୁଟ ଲମ୍ବର ଅଜଗର ଉଦ୍ଧାର 

ଆଠଗଡ: ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ରାତିରେ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସହରର କୋଳାହଳମୟ ଓ ବ୍ୟସ୍ତବହୁଳ ଚାନ୍ଦବାଲି ଛକସ୍ଥିତ ଡିଏସପିଙ୍କ ଆବାସିକ କାର୍ଯ୍ୟାଳୟ ମଧ୍ୟରେ ଏତେବଡ ଅଜଗର ସାପ କିପରି ପଶିଲା ବା ପଶି ରହିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ରାତି ପ୍ରାୟ ୮ଟା ବେଳେ କେହି ଜଣେ ବ୍ୟକ୍ତି ଡିଏସପିଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ବଡ ବରକୋଳି ଗଛରେ ଏକ ବିରାଟକାୟ ସାପ ଦେଖି ଅନ୍ୟମାନଙ୍କୁ ସୂଚନା ଦେଇଥିଲେ। ଚାହୁଁ ଚାହୁଁ ଘଟଣାଟି ବିଜୁଳି ବେଗରେ ସମଗ୍ର ସହରରେ ପ୍ରଚାରିତ ହୋଇଯିବା ଫଳରେ ଚାନ୍ଦବାଲି ଛକଠାରେ ଖୁବ୍‍ କମ୍‍ ସମୟ ମଧ୍ୟରେ ୩ଶହରୁ ଉର୍ଦ୍ଧ ଲୋକ ଜମା ହୋଇଯାଇଥିଲେ। ଲୋକଙ୍କୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷରେ କଷ୍ଟସାଧ୍ୟ ହୋଇଥିଲା। ଖବର ପାଇ ବନବିଭାଗର କର୍ମଚାରୀ, ସାପଧରାଳି ସୁଶାନ୍ତ କୁମାର ପାତ୍ର ଓ ସ୍ଥାନୀୟ କେତେକ ଉତ୍ସାହି ଯୁବକଙ୍କ ଦ୍ୱାରା ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଉଦ୍ୟମ ପରେ ସାପଟିକୁ ଧରାଯାଇଥିଲା। ତାପରେ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ସାପଟିକୁ ନେଇ ନିକଟସ୍ଥ ବୈାଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories