www.samajalive.in
Thursday, December 11, 2025
26.1 C
Bhubaneswar

ଜୀବନ ବଞ୍ଚାଇବ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ : ଗୋଟିଏ ଦିନରେ ସମଗ୍ର ଜିଲରୁ୧୪୭ ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ଼ : ମହାମାରୀ କରୋନାର ଘଡ଼ିସନ୍ଧି ମୁହୁର୍ତ୍ତରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତର ଅଭାବକୁ ପୁରଣ କରିବା ପାଇଁ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଦଳୀୟ ନେତା ଓ କର୍ମୀଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଆହ୍ୱାନକ୍ରମେ କ୍ରାନ୍ତି ଦିବସ ଅଗଷ୍ଟ ୯ ତାରିଖଠାରୁ ସ୍ୱାଧିନତା ଦିବସ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର ସମଗ୍ର ରାଜ୍ୟରେ ଜାରି ରହିବ। ଏହିକ୍ରମରେ ସୁନ୍ଦରଗଡ଼ ଜିଲାରେ ମଧ୍ୟ ଦଳୀୟ ପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ଇଂ.ପ୍ରୀତିରଞ୍ଜନ ଘଡ଼େଇ ଜିଲାଗସ୍ତ କରି ବିଭିନ୍ନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ ବିଧାୟକ, କର୍ମକର୍ତ୍ତା ଓ କର୍ମୀଙ୍କୁ ଏହି କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ପାଇଁ ଆହ୍ୱାନ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଶେଷ କରି ରାଉରକେଲା ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ କୁନବିହାରୀ ଦାସ, ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ତଥା ଜିଲା ବିଜେଡ଼ି ସଭାପତି ବିନୟ ଟପ୍ପୋ, ସୁନ୍ଦରଗଡ଼ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ତଥା ପଶ୍ଚିମାଞ୍ଚଳ ଜୋନ ଛାତ୍ର ବିଜେଡ଼ି ସଭାପତି ବୈକୁଣ୍ଠ ନାଏକ, ପୂର୍ବତନ ବିଧାୟକ ଯୋଗେଶ ସିଂ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ମୋ ପରିବାର ସଦସ୍ୟା ସୁନୀତା ବିଶ୍ୱାଳ ପ୍ରମୁଖ ନିଜ ନିଜ ସ୍ତରରେ ଏହି କାର୍ଯ୍ୟକ୍ରମର ସଫଳତା ଉପରେ ଗୁରୁତ୍ୱାରୋପ କରି କାର୍ଯ୍ୟ କରୁଛନ୍ତି।

ଆଜି ସୁନ୍ଦରଗଡ଼ ସଦର ମହକୁମା ହସ୍ପିଟାଲ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଜୁ ଜନତା ଦଳ ଜିଲା ସଭାପତି ତଥା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଓଡ଼ିଶା ମୋ ପରିବାରର ସଦସ୍ୟା ସୁନୀତା ବିଶ୍ୱାଳ, ପୂର୍ବତନ କାଉନସିଲାର ପଞ୍ଚା ବାର୍ଲା, ମୁନୁ ମୁଣ୍ଡା, ଟାଙ୍ଗରପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଟିଆ ମୁଣ୍ଡା, ମୁଣ୍ଡା ସମାଜର ଅଧ୍ୟକ୍ଷ ସୋମନାଥ ମୁଣ୍ଡା ପ୍ରମୁଖ ମିଳିତ ଭାବେ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିବା ବେଳେ ପଶ୍ଚିମାଞ୍ଚଳ ଜୋନ ବିଜୁ ଛାତ୍ର ଜନତା ଦଳ ତଥା ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ଜିଲା ସଂଯୋଜକ ବୈକୁଣ୍ଠ ନାଏକଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୩୮ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସମଗ୍ର ଜିଲାରେ ଅନୁଷ୍ଠିତ ବିଭିନ୍ନ ଭାଗରେ ମୋଟ ୧୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଯୋଗେଶ ସିଂ, ରାଜ୍ୟ ପରିଷଦ ସଭ୍ୟ ହରଜିନ୍ଦର ସିଂ, ପୂର୍ବତନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ଲାଠିକଟା ଜିଲା ପରିଷଦ ମହେଶ ନାଗ, ଜିତେନ୍ଦ୍ର କର, ଟାଉନ ସଭାପତି ସୁରେନ୍ଦ୍ର ଭିତରିଆ, ହେମନ୍ତ ମେହେର, ସୁଶାନ୍ତ ପଟେଲ, ଯୁବନେତା ନିତାଇ ପଟେଲ, ଜିଲା ଛାତ୍ର ସଭାପତି ରାଣାପ୍ରତାପ ସିଂ, ଅଜୟ ସାହୁ, ଜିଲା ଯୁବ ସାଧାରଣ ସଂପାଦକ ମୁକେଶ ପୁରୋହିତ, ଜିଲା ଛାତ୍ର ସାଧାରଣ ସଂପାଦକ ବିସ୍ମୟ ପଟ୍ଟନାୟକ, ଜିଲା ଛାତ୍ର ଉପସଭାପତି ସୁବ୍ରତ ନାଏକ, ବିନୋଦ କଣ୍ଠାରୀ, କ୍ରାନ୍ତିଦେବ ମହାରଣା, ରୋଶନ ସାହୁ, ରାଧାମାଧବ ପଣ୍ଡା, ରବି ଜୈସ୍ୱାଲ, ଧିରଜ ପ୍ରସାଦ, ଆଶିଷ ମିଶ୍ର, ଦେବ ମହାନ୍ତି, ଅଭିଷେକ ତ୍ରିପାଠୀ, ସୌରଭ ନାଏକ, ରାଜେଶ ପାଢ଼ୀ, ସୁକୁମାର ପୁରୋହିତ, ରାକେଶ ଜେନା, ଲିପୁନ ମହାପାତ୍ର, କବିତା ସାହୁ, ପ୍ରକାଶ ସାହୁ, ଦିବ୍ୟା ତନ୍ତୀ, ମେହେତାବ ଶେଖ, ହେମନ୍ତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଶିବାଜୀ ନାଏକଙ୍କ ଆଜି ଜନ୍ମଦିନ ଥିବାରୁ ସେ ମଧ୍ୟ ନିଜ ଜନ୍ମ ଦିନରେ ରକ୍ତଦାନ କରି ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଥିବାରୁ ଏହା ବିଜୁ ଯୁବ-ଛାତ୍ର ଜନତା ଦଳ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories