www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଙ୍କ ସୂଚନା ଅନୁଯାୟୀ ଆମେ ବର୍ତ୍ତମାନ ଏଣ୍ଡାମିକ୍‍ ସ୍ଥିତିରେ ରହିଛୁ।ଏହି ସ୍ଥିତିରେ ମଧ୍ୟ କୋଭିଡ ରହିବ ମାତ୍ର ଟ୍ରାନ୍ସମିଶନ ହେବା ଭଳି କୌଣସି ପରିବେଶ ସୃଷ୍ଟି କରିବ ନାହିଁ । କରୋନା ସଂକ୍ରମଣ ବଢିବା କମିବା ଡାଇନାମିକ୍‍ ପ୍ରୋସେସ୍‍। ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜ୍‍ ରେ ସଂକ୍ରମଣ ରହିଛି। ବୁଷ୍ଟର ଡୋଜ୍‍ ର ଆବଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମ୍‍ ର ଷ୍ଟଡି ରିପୋର୍ଟ ଆସିନି ବୋଲି ସେ କହିଛନ୍ତି।
ସେହିପରି କୋଭିଡର ନୂଆ ଭାରିଏଣ୍ଟ ନେଇ ଡିଏମଇଟି ସିବିକେ ମହାନ୍ତି ମଧ୍ୟ ସୂଚନା ଦେଇଛନ୍ତି। ଏ ୱାଇ ୪.୨ ଭାରିଏଣ୍ଟ ହେଉଛି ଡେଲଟା ଭାଇରସର ଉପପ୍ରଜାତି। କେବଳ ଇନ୍ଦୋରରେ ୭ଟି ଓ ମହାରାଷ୍ଟ୍ରରେ ଏ ୱାଇ ୪.୨ ଭାରିଏଣ୍ଟ ମିଳିଛି। ଏନେଇ ଏହାକୁ ଭାରିଏଣ୍ଟ ଅଫ୍‍ କନସର୍ଣ୍ଣ ଘୋଷଣା କରିନି ଡବ୍ଲ୍ୟୁଏଚଓ। ପ୍ରଥମ ଡିଟେକ୍ଟ ହୋଇଥିବାରୁ ଭାରିଏଣ୍ଟ ଅଫ ଇନଭେଷ୍ଟିଗେସନ କୁହାଯାଉଛି। ତା’ପରେ ଭାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ଓ ପରେ କନସର୍ଣ୍ଣ ଭାରିଏଣ୍ଟ ହେବ। ଭାରତରେ ଏହା ଅତି ନଗଣ୍ୟ। ବ୍ୟସ୍ତ ହେବାର ସମୟ ଆସି ନାହିଁ। ଡେଲଟା ଭାରିଏଣ୍ଟର ୫୫ଟି ଉପପ୍ରଜାତି ଅଛି, କିଛି ଲୋକଲୋଚନକୁ ଆସିଛି। ଜେନେମିକ୍‍ ଷ୍ଟଡି ଚାଲିଛି। ନୂଆ ଭାରିଏଣ୍ଟର ପ୍ରଭାବ ଆଗକୁ ଜଣାପଡିବ ବୋଲି ଡିଏମଇଟି କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories