www.samajalive.in
Saturday, December 6, 2025
16.1 C
Bhubaneswar

ଲାଞ୍ଜିଗଡ଼ ବ୍ଳକ ପଛୁଆବର୍ଗ ସଂଗଠନ ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ

ଲାଞ୍ଜିଗଡ଼ : ଆଜି କଳାହାଣ୍ଡି ସମଗ୍ର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରାଯାଇ ନଥିବା ଯୋଗୁଁ ଏହାର ପ୍ରତିବାଦରେ ଅକ୍ଟୋବର ୨୫ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ଲାଞ୍ଜିଗଡ଼ ବ୍ଳକରେ ମଧ୍ୟ ପଛୁଆବର୍ଗ ସଂଗଠନ ପକ୍ଷରୁ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କେବଳ ଜରୁରୀ ସେବା ସହିତ ସମସ୍ତ ଯାନବାହନ ଚଳାଚଳ ଓ ଦୋକାନ ବଜାରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳେ ଲାଞ୍ଜିଗଡ଼ ବ୍ଳକ ପଛୁଆବର୍ଗ ବିଭିନ୍ନ ସଂଗଠନ ତରଫରୁ ବିଶ୍ୱନାଥପୁର,ଲାଞ୍ଜିଗଡ଼,ବେଦାନ୍ତ କାରଖାନା ସାମ୍ନା ଓ ଲାଞ୍ଜିଗଡ଼ରୋଡ଼ ଠାରେ ରାସ୍ତା ଅବରୋଧ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିଥିଲେ। ଲାଞ୍ଜିଗଡ଼ ବ୍ଳକ ପଛୁଆବର୍ଗ ସଂଗଠନ ପକ୍ଷରୁ ଚନ୍ଦ୍ରଧ୍ୱଜ ପେସନିଆ,ଲକ୍ଷ୍ମୀଧର ସନ୍ତୋଷ ରାୟ,ଶ୍ରୀଧର ପେସନିଆ,ସୁବାଷ ଚନ୍ଦ୍ର ଅଗ୍ରୱାଲ,ରାଜେନ୍ଦ୍ର ମାଳି,ହିମାଦ୍ରୀ ପେସନିଆ,ରଘୁବୀର ନାଗ,ଭାଗିରଥି ଧଙ୍ଗଡାମାଝୀ,ବିରଞ୍ଚି ପ୍ରଧାନୀ,କାର୍ତ୍ତିକ ଓଡ଼ିଆ,ଜଗଦୀଶ ବେନିଆଁ, ହରିହର କୁମାର,ମିନୁ ପତି,ମନରଞ୍ଜନ ବିଶି,ତରୁଣ କୁମାର ଦାସ,ହରି ବେହେରା ପ୍ରମୁଖ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories