ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ୧୦୦ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୫,୯୧୩ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୧,୬୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୦୯,୩୭,୩୨୦କୁ ବୃଦ୍ଧି ପାଇଛି। ୧୧,୮୩୩ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୬,୪୪,୮୫୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୩୬,୫୪୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Popular Categories



